ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର )ରାୟଗଡ଼ :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଏସ କରଡା ସିଙ୍ଗି ପଞ୍ଚାୟତର ଲାଞ୍ଜିପଦର ଛକ ଠାରୁ ଅବା ପୁରୁ ବୁଲାଣି ବ୍ରିଜି ନିକଟ ରାସ୍ତା କଡରେ ବାଇକ ଦୁର୍ଘଟଣା ହୋଇ ଏକ ଯୁବକର ମୃତ୍ୟୁ ଶବ ବାଡିଥିବା ଜଣାପଡିବା ପରେ । ଘଟଣା ସ୍ଥଳରେ ରାୟଗଡ ଥାନା ଅଧିକାରୀ ପହଞ୍ଚି ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। (ଗାଡି ନଂ ଓଡ଼ି ୩୨ ବି ୮୯୭୪ ) ଜବତ ଶବକୁ ବ୍ୟବଛେଦ ପାଈଁ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଥିବା ଥାନା

ଅଧିକାରୀ ଶ୍ରବଣ କୁମାର ମହାରଣା କହିଛନ୍ତି। ମୃତ ଯୁବକ ଜଣକ ହେଉଛନ୍ତି ଗାରାବନ୍ଧ ନିକଟସ୍ଥ ସୋବୋରା ନୁଆଗାଁ ର ସତ୍ୟ ରଞ୍ଜନ ମହାନ୍ତି ବୟସ ୨୧ ବୋଲି ଜଣା ପଡ଼ିଛି। ସେ ତାଙ୍କ ସାଙ୍ଗ ଶିବ ଙ୍କୁ ଦେଖା କରିବାକୁ ଏସ କରଡାସିଂ ଯାଇ ଫେରୁଥିବା ସମୟରେ ହଟାତ ଦୁର୍ଘଟଣାରେ ତାଙ୍କର ମୃତ ହୋଇଥିବା ଜଣାପଡିଛି। ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି              ରିପୋର୍ଟ ସଞ୍ଜୀବ ପାଣୀ

Exit mobile version