ଗାନ୍ଧୀପାର୍କ୍ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ, ଢେଙ୍କାନାଳ

 

ଓଡ଼ିଶା ତାଜା ନିୟୁଜ୍ (୩୦ ଜାନୁଆରୀ ଶନିବାର) ଢେଙ୍କାନାଳ :- ଆଜି ଜିଲ୍ଲା ବସଷ୍ଟାଣ୍ଡ ନିକଟସ୍ଥ ଗାନ୍ଧୀ ପାର୍କ୍ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ତଥା ମହାପ୍ରୟାଣ ଦିବସ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଆଜିର ଦିନରେ ଗାନ୍ଧୀଜୀ

ଆତତାୟୀ ଗୁଳିରେ ନିଧନ ହେବା ସମସ୍ତଙ୍କ ପାଇଁ ଏକ ଦୁଃଖଦ ଘଟଣା ବୋଲି ଅଭିହିତ କରିଛନ୍ତି। ତାଙ୍କର ତ୍ୟାଗପୂତ ଜୀବନ ଓ ଅହିଂସା ନୀତି ଅନୁସରଣ କରି ଜୀବନ ନିର୍ବାହ କଲେ, ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି।

ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ମହାପ୍ରୟାଣ ଉତ୍ସବରେ ଜିଲ୍ଲାପାଳଙ୍କ ସମେତ ସେଠାରେ ଉପସ୍ଥିତ ସମସ୍ତ ଅଧିକାରୀ ଓ ବ୍ୟକ୍ତି ବିଶେଷ ମାନେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବାପୁଜୀଙ୍କ ପ୍ରିୟ ” ରାମଧୂନ୍ ” ଗାନ କରାଯାଇଥିଲା। (ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version