ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ ଛାତ୍ର ବିଜେଡ଼ି ସମ୍ପାଦକ – ସ୍ଥିତପ୍ରଜ୍ଞ ପଣ୍ଡା

ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର ) ଭୁବନେଶ୍ୱର/ଅଭିମନ୍ୟୁ :- ଗତ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ରେ ଆୟୋଜିତ ହୋଇଥିବା ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳର ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସ୍ଥିତପ୍ରଜ୍ଞ ପଣ୍ଡା ଉତ୍ତୀର୍ଣ୍ଣ ହୋଇ ୫ମ ସ୍ଥାନ ଅଧିକାର କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୃତିତ୍ୱକୁ ଘୋଷଣା କରି ତାଙ୍କୁ ପୁରସ୍କୃତ କରିଛନ୍ତି। ଏଥିନିମନ୍ତେ ତାଙ୍କୁ ବିଭିନ୍ନ ମହଲରୁ ଅନେକ ଶୁଭେଚ୍ଛା ର ସୁଅ ଛୁଟିଛି ।

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସ୍ଥିତପ୍ରଜ୍ଞ ପଣ୍ଡାଙ୍କୁ ଏହି କୃତିତ୍ଵର ସୁଯୋଗ ଦେଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିବା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଏହା ସହ ଏହିଭଳି ପ୍ରତିଯୋଗିତା ସମସ୍ତ କର୍ମକର୍ତ୍ତା ଙ୍କ ମଧ୍ୟରେ ଉତ୍ସାହ ଓ ପ୍ରେରଣା ଭରିଛି । ଏବଂ ନିଶ୍ଚିତ ଭାବେ ଏହା ଆଗାମୀ ଦିନରେ ଛାତ୍ର ସମାଜକୁ ପ୍ରଭାବିତ କରିବା ସହ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ଙ୍କୁ ଆଗ୍ରହ ମନୋଭାବ ପୋଷଣ କରି କାର୍ଯ୍ୟ କରିବାକୁ ଉତ୍ସାହ ମିଳିବ ବୋଲି ଶ୍ରୀ ପଣ୍ଡା ମତ ପୋଷଣ କରିଛନ୍ତି ।

Exit mobile version