ରାଜନଗର ବ୍ଲକ :  ବଟକୃଷ୍ଣ ଓ ପଞ୍ଚାନନଙ୍କ ବାସ ଗୃହ ଓ ଜୀବନ୍ତ ଗାଈ ଗୋରୁ 5ଟି ଜଳିପୋଡି ପାଉଁଶ

ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର ) କେନ୍ଦ୍ରାପଡ଼ା :- ଏହି ଭଳି ଅତି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅଧିନସ୍ଥ ଚାନ୍ଦିବାଉଁଶ ମୂଳ ପଂଚାୟତ ର ଝାଡକଟା ଗ୍ରାମର ବଟ କୃଷ୍ଣ ରାଉତ ଙ୍କ ସମେତ ପଞ୍ଚାନନରାଉତ ଙ୍କର ନିଜର ରହିବା ବାସ ଗୃହ ସହ ଧାନ, କଂସା, ବାସନ, ଘରର ଅନେକ ଆସବା ପତ୍ର, ମୂଲ୍ୟବାନ ଜିନିଶ ଗୁଡିକ ଏଥି ସହିତ ଚାରିବଖରା ଘର ଏବଂ ଜୀବନ୍ତ ଗାଈ ଗୋରୁ 5ଟି ଜଳିପୋଡି ପାଉଁଶ ହୋଇଯାଇଛି, ତେବେ ଅଗ୍ନିଶମ ବିଭାଗ କୁ ଖବର ଦେବା ବେଳକୁ ପ୍ରାୟତ ଘର ଅଧାରୁ ଅଧିକ ପରିମାଣରେ ନିଆଁରେ ପୋଡି ପାଉଁଶ ହୋଇଯାଇଛି,

ଲୋକେ ମାନେ କିଛି କଥା ବୁଝିବା ଆଗରୁ ନିଆଁ ଏତେ ମାତ୍ରାରେ ବ୍ୟାପିବାକୁ ଲାଗିଥିଲା ଉପସ୍ଥିତ ଲୋକମାନେ ସାହାସ ଜୁଟାଇ ପାରିନଥିଲେ, ଏହିପରି ଅଗ୍ନିକାଣ୍ଡ ଘଟଣା କୁ ଲୋକେ ସର୍ବନାଶ ହୋଇ ଥିବା ପଞ୍ଚାନନରାଉତ ଓ ବଟ ରାଉତ ଙ୍କ ସମସ୍ତ ପରିବାର ସଦସ୍ୟ ଙ୍କୁ ଯଥା ଶୀଘ୍ର ବ୍ଲକ ଓ କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି, ରାଜନଗର ବ୍ଲକ ଯୁବ ଛାତ୍ରକଂଗ୍ରେସ ନେତା ଶ୍ରୀ ସୁନୀଲ ରାଉଳ, କେନ୍ଦ୍ରାପଡ଼ା ଲୋକସଭା ରାଜନଗର ଓ ପଟ୍ଟାମୁଣ୍ଡାଇ ଯୁବ ସଂଯୋଜକ ଶ୍ରୀ ସମୀର ରଞ୍ଜନ ଜେନା ଙ୍କ ତରଫରୁ ବିଭାଗୀୟ ଅଧିକାରୀ ମାନଂକୁ ଦୃଢ଼ ଅଭିଯୋଗ ସହିତ ମାଗଣା ରୋଷଇ ଖାଦ୍ୟ ତୁରନ୍ତ ସହ ସୀତର ପ୍ରକୋପ ଯୋଗୁଁ କମ୍ବଳ ଯୋଗାଇ ଦେବା ପାଇଁ ବିଶେଷ ଅନୁରୋଧ ଜଣାଇଛନ୍ତି,(କେନ୍ଦ୍ରାପଡ଼ା ଜିଲ୍ଲାରି ପ୍ରତିନିଧି /ଅନିରୁଦ୍ଧ ସେଠୀ)

Exit mobile version