ରଣପୁର : ଚାନ୍ଦପୁର କନ୍ଧନୟାଗଡ଼ ରେ ଜାତୀୟ ଶହୀଦ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର ) ରଣପୁର ର ଚାନ୍ଦପୁର :- ମହାତ୍ମାଗାନ୍ଧୀଙ୍କ ବଳିଦାନ ଜାତୀୟସହିଦ ଦିବସ କନ୍ଧନୟାଗଡ଼ ଗାନ୍ଧୀ ସ୍କୃତି ସମିତି ପକ୍ଷରୁ ପାଳିତ । ରାମଧୂନ ଗାନ ଗାନ୍ଧୀଙ୍କ ପ୍ରିୟଭଜନ ଗାନ ନୀରବ ପ୍ରାର୍ଥନା ମାଲ୍ୟାର୍ପଣ ଦୀପଦାନ କାର୍ଯ୍ୟକ୍ରମ ଗାନ୍ଧୀ ପୀଠ ଠାରେ ପାଳିତ ହୋଇଛି ।

ମନୋଜ ଦାସଙ୍କ ସଂଯୋଜନାରେ କିଶୋର ମହାରଣା ବଳରାମ ମହାରଣା ଦିଲିପ ବେହେରା କାହ୍ନା ବେହେରା ପ୍ରମୁଖ ସହଯୋଗ କରିଥିଲେ । ଗାନ୍ଧୀ ବିଚାରଧାରା ଉପରେ ଆଲୋଚନା ହୋଇଥିଲା । ପ୍ରତୁଷରୁ ଦୁଇ ଘଣ୍ଟା ଯାଏ ଏହି କାର୍ଯ୍ୟକୁ ନିଷ୍ଠାର ସହ ପାଳନ କରାଯାଇଥିଲା ।

{ସାବରମତୀ ରସନ୍ଥ ଧରି ଅହିଂସା ଅସ୍ତ୍ର ଆମକୁ କରିଲ ମୁକ୍ତ ପବିତ୍ର ପୁଣ୍ୟତିଥି ଜାନୁୟାରୀ ତିରିଶ ଘେନ ପ୍ରଣାମ ଦିଅ ଆସିଷ}

Exit mobile version