ଅମ୍ଭାଭୋନା ବ୍ଲକ ରେ କୋଭିଡ ଯୋଦ୍ଧା ଙ୍କୁ ଟୀକା କରଣ

ଓଡ଼ିଶା ତାଜା ନ୍ୟୁଜ (୨୯ ଜାନୁଆରୀ ଶୁକ୍ରବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ରେ କାର୍ଯ୍ୟ ରତ କୋଭିଡ ଯୋଦ୍ଧା ମାନଙ୍କୁ ଆଜି ଟୀକାକରଣ କରାଯାଇଥିଲା। ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଅମ୍ଭାଭୋନ (ନୂତନ) ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏହି ଟୀକା ପ୍ରଦାନ ବ୍ୟବସ୍ଥା କରାଯାଇଥିଲା । ଲଖନପୁର ଠାରେ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଦାଶଙ୍କ ସମେତ ପାରା ମେଡିକାଲ ଷ୍ଟାଫ ରୋହିତ ସାହୁ,ଗ୍ୟାନବନ୍ତ ଦଣ୍ଡସେନା,

ବୁଲୁ ଥାପା ଏବଂ ଏସିସି ଡୁଙ୍ଗୁରି ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଧିକାରୀ ଡାକ୍ତର ବିନୟ ପତି,ଅମ୍ଭାଭୋନା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଧିକାରୀ ଡାକ୍ତର କମଳ ପ୍ରସାଦ ମଲ୍ଲିକ, ଲିଙ୍ଗରାଜ ପ୍ରଧାନ, ନରହରି ନାଗରିକଙ୍କ ସମେତ ସମସ୍ତ ଆଶା, ଅଙ୍ଗନବାଡ଼ି କର୍ମୀ, ସହାୟିକା ମାନଙ୍କୁ ଟୀକାକରଣ କରାଯାଇଥିଲା। ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ୧୧୭ ଜଣଙ୍କୁ ଓ ଅମ୍ଭାଭୋନା ପ୍ରାଥମିକ ସ୍ବାସ୍ଥ୍ୟରେ ୪୩ ଜଣଙ୍କୁ ଟୀକା ଦିଆଯାଉଥିଲା।  (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version