ଧାନ କିଣାରେ ଅବ୍ଯବସ୍ଥା ପ୍ରତିବାଦରେ ଧାରଣାରେ ବସିଥିଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୨୯ ଜାନୁଆରୀ ଶୁକ୍ରବାର) ପଦ୍ମପୁର :- ଚଳିତ ବର୍ଷ ଧାନ କିଣାରେ ଧାନ ମଣ୍ତି ଆରମ୍ଭରୁ ଅବ୍ଯବସ୍ଥା ଲାଗି ରହିଥିବା ଦେଖିବାକୁ ମିଳିଛି । କେତେ ବେଳେ ଟୋକନ ସମସ୍ୟା ତ ଥାଉ କେତେ ବେଳେ ଟାର୍ଗେଟ ସମସ୍ୟା ତ ଥାଉ କେତେ ବେଳେ ମଣ୍ତି ଅଧିକାରୀଙ୍କ ଶୋଷଣର ଶିକାର ହେଉଛନ୍ତି ଚାଷୀ । ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରି ଚାଷୀ ମାନେ ନିଜ କଷ୍ଟ ଉପାର୍ଜିତ ବର୍ଷକର ପରିଶ୍ରମ ର ଫଳକୁ ବିକ୍ରି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ହେଲେ ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ହୋଇପାରୁ ନାହିଁ ।

ପଦ୍ମପୁର ଉପଖଣ୍ତ ରେ ଧାନ କିଣାବା ପାଇଁ ସରକାରଙ୍କ ଦ୍ବାରା ପଦ୍ମପୁର ଆରଏମସି ଅଧିନରେ ସତୁରୀ ଗୋଟି ମଣ୍ତି ଖୋଲା ଯାଇଛି । ଏହି ସତୁରି ଗୋଟି ମଣ୍ତିରେ ନଅ ଲକ୍ଷ ବସ୍ତା ଧାନ ଖୋଲା ଆକାଶ ତଳେ ପଡିପଡି ନଷ୍ଟ ହେଉଛି । କେବଳ ପଦ୍ମପୁର ଉପଖଣ୍ତ ନୁହେଁ ପଶ୍ଚିମ ଓଡିଶାର ସମସ୍ତ ମଣ୍ତି ରେ ଧାନ କିଣାରେ ଏମିତି ଅବ୍ଯବସ୍ଥା ରହିଛି । ଏହି ଅବ୍ଯବସ୍ଥା ବିରୋଧରେ ଆଜି ପୂବର୍ତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ଏବଂ ପାଞ୍ଚ ଦଫା ଦାବି ନେଇ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଏହି ଧାରଣାରେ ପଦ୍ମପୁର ଉପଖଣ୍ତ ର ଶହ ଶହ ଚାଷୀ ଯୋଗ ଦେଇଛନ୍ତି ଏବଂ ଧାନ କିଣାରେ ହେଉଥିବା ଅବ୍ଯବସ୍ଥାକୁ ପ୍ରତିବାଦ ଜଣାଇଛନ୍ତି । ଏହି ଗଣ ଧାରଣାରେ ପଦ୍ମପୁର ଭାରତୀୟ ଜନତା ପାର୍ଟି ତଥା ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ସଭାପତିତ୍ବ କରିଥିବା ବେଳେ ବରିଷ୍ଠ କର୍ମକର୍ତ୍ତା ଜିଲ୍ଲା ଉପ ସଭାପତି ପ୍ରବୀଣ ପାଣିଗ୍ରାହୀ,ଜିଲ୍ଲା ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା ଉପ ସଭାପତି ଶ୍ରୀକାନ୍ତ ପାଣିଗ୍ରାହୀ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରିତେଶ ବହିଦାର, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଂପାଦକ ଗୋବର୍ଦ୍ଧନ ଭୋଇ,

ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ଯ ମଦନ ଦୀପ ସୁନୀଲ ଅଗ୍ରୱାଲ,ଅଶୋକ ମିଶ୍ର, ନୁତନ ଭାବେ ଜିଲ୍ଲାକୁ ପ୍ରତିନିଧିତ୍ବ କରୁଥିବା ସରୋଜ ପାଣିଗ୍ରାହୀ, ସରୋଜ ସାମଲ, ଡା ଲମ୍ବୋଦର ପଣ୍ତା,ସରସ୍ବତୀ ସାହୁ,ଜିଲ୍ଲା ପରିଷଦ ସଭ୍ୟ ସଭ୍ଯା ସନ୍ତୋଷ ମେହେର,ରମିଲା ଲୁହାର,କୁମୁଦିନୀ ସାହୁ,ପାଇକମାଲ ମଣ୍ତଳ ସଭାପତି କୈଲାସ ଦିଶ୍ରୀ,ମାଣ୍ତୋସିଲ ମଣ୍ତଳ ସଭାପତି ସଞ୍ଜୟ ବେହେରା,ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ,ଜଗଦଳପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ,ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହା,ଦହିତା ମଣ୍ତଳ ସଭାପତି କେତନ ମେହେର,ସର୍ଗିବାହାଲ ମଣ୍ତଳ ସଭାପତି ନିରାକାର ବରିହା ଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଓ ଶତାଧିକ ଚାଷୀ ମାନେ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version