Home ଓଡ଼ିଶା କେନ୍ଦ୍ରସରକାରଙ୍କ ଫ୍ଲାଗସିପ୍ ପୋଗ୍ରାମଙ୍କୁ କୋ ବ୍ରାଣ୍ଡିଂ ନ କରି ଫଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖନ୍ତୁରାଜ୍ୟ ସରକାର : ସମୀର ମହାନ୍ତି by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଏବଂ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରିବା ବିରୁଦ୍ଧରେ ମହାମହିମ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ ଓଡ଼ିଶା ତାଜା ନ୍ୟୁଜ୍ (୨୯ ଜାନୁଆରି, ଶୁକ୍ରବାର ) ଭୁବନେଶ୍ୱର :- ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । କିନ୍ତୁ ଓଡିଶାରେ ରାଜ୍ୟ ସରକାର ନ୍ୟାସନାଲ ଫ୍ଲାଗସିପ ପୋଗ୍ରାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଠିକ୍ ଢଙ୍ଗରେ କ୍ରିୟାନ୍ୱୟନ କରାଯାଉନାହିଁ । ରାଜ୍ୟବ୍ୟାପୀ ଏହି ଯୋଜନାରେ ଶାସକ ବିଜେଡି ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଚଲାଇଛି । ଅନ୍ୟପଟେ କେନ୍ଦ୍ରସରକାରଙ୍କ ଯୋଜନାକୁ ନିଜ ନାଁରେ ଶାସକ ବିଜେଡି ବ୍ରାଣ୍ଡିଂ କରିଚାଲିଛି । ଏହା ବିରୁଦ୍ଧରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଏସଇସିସି ଅନୁଯାୟୀ ହୋଇଥିବାବେଳେ ଶାସକ ଦଳର ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ତାଲିକାରେ ପଛରେ ସାମିଲ କରାଯାଇଛି । ଗରିବ ଅସହାୟ ଲୋକଙ୍କୁ ଏହି ଯୋଜନା ଅନ୍ତର୍ଗତ ଘର ମିଳିବା ନେଇ ବ୍ୟବସ୍ଥା ଥିବାବେଳେ ଶାସକ ବିଜେଡି ଚଂଚକତା କରି ନିଜର କର୍ମୀ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ନାଁକୁ ପକ୍କା ଘର ଯୋଜନାରେ ସାମିଲ କରାଯଇଛି । ମାହାଙ୍ଗା ନିର୍ବାଚନମଣ୍ଡଳୀ ନୃତଙ୍ଗ ପଂଚାୟତରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିଥିଲେ ରାଜ୍ୟ ସରକାର । ଏହା ବିରୁଦ୍ଧରେ ପ୍ରତିବାଦ କରିବାରୁ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି । ରାଜ୍ୟ ସରକାର ୧୨.୭୫ ଲକ୍ଷ ହତାଧିକାରୀଙ୍କ ଘରକୁ ଜିଓ ଟ୍ୟାଙ୍ଗି କରିଥିଲେ । ବିରୋଧୀ ବିଜେପି ଓ ସାଧାରଣ ଲୋକଙ୍କ ପ୍ରତିବାଦ ପରେ ଏହା ୬ ଲକ୍ଷରେ ପହଂଚିଥିଲା । ଏଥିରୁ ସ୍ପଷ୍ଟ ଯେ, ଦଳୀୟ ଭିତିରେ ଶାସକ ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବଂଟନ କରିଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୨୦୧୬-୧୭ରେ ୪,୭୭୬.୦୯ କୋଟି, ୨୦୧୭-୧୮ରେ ୫,୮୧୦.୩୩ କୋଟି, ୨୦୧୮-୧୯ରେ ୪,୫୭୭.୩୫ କୋଟି, ୨୦୨୦-୨୧ରେ ୩,୦୫୬.୭୫ କୋଟି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଏଠି କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ଶାସକ ବିଜେଡି ନିଜ ନାଁରେ ରାଜ୍ୟ ସରକାର ବ୍ରାଣ୍ଡିଂ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫଳକରେ ବଡ ଅକ୍ଷରରେ ବିଜୁ ପକ୍କା ଘର ଷ୍ଟିକର ମରାଯାଉଛି । କେନ୍ଦ୍ରୀୟ ଅର୍ଥରେ ହେଉଥିବା ଯୋଜନାକୁ ରାଜ୍ୟ ସରକାର ପ୍ର.ଆ.ଯୋ ଲେଖିବା ସହ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ଚିଠି ଲେଖି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ରାଜ୍ୟ ସରକାର ଫ୍ଲାଗସିପ୍ ପୋଗ୍ରାମଙ୍କୁ କୋ ବ୍ରାଣ୍ଡିଂ ନ କରି ଫଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖନ୍ତୁବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମୁଁ ନିଜେ କରୁଛି ବୋଲି ଯେପରି ମୁଖ୍ୟମନ୍ତ୍ରୀ ଓଡିଶାକୁ ବାର୍ତା ଦେଉଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । କେନ୍ଦ୍ର ସରକାରଙ୍କ ଫ୍ଲାଗସିପ ପୋଗ୍ରାମରେ ନୋମିନି କଲଚର ପରବର୍ତନ ହେବା କଥା ନୁହେଁ । ୬୦ ଭାଗ ଅର୍ଥ କେନ୍ଦ୍ର ଦେଉଥିବାବେଳେ ପ୍ରଆଯୋ ଗ୍ରାମୀଣ ଏବଂ ୪୦ ପ୍ରତିଶତ ଅର୍ଥ ଦେଉଥିବା ରାଜ୍ୟ ସରକାର ବଡ ଅକ୍ଷରରେ ବିଜୁ ପକ୍କା ଘର ଯୋଜନା ଲେଖିବା ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାରଙ୍କ ଯୋଜନାରେ ରାଜ୍ୟ ସରକାର ବାଧକ ନସାଜନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ପକ୍କା ଘର ଆଗରେ ବିଜୁ ପକ୍କା ଘର ଲେଖି ରାଜ୍ୟସରକାର ନିଜର ଆତ୍ମପ୍ରଚାର କରୁଛନ୍ତି । ଏହାକୁ ନେଇ ବିଭିନ୍ନ ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିଲା । ଏଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତି ଏବଂ ବିରୁଦ୍ଧରେ ହସ୍ତକ୍ଷେପ କରିବା ଏବଂ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରିବା ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ପ୍ରତିନିଧୀ ଦଳ ମହାମହିମ ରାଜ୍ୟପାଳଙ୍କ ଆଗରେ ଦାବି ରଖିଛି । ଏହି ଅବସରରେ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ବୁର୍ଦ୍ଧାନ ମୁର୍ମୁ, ନବଚରଣ ମାଝୀ, ସୁକାନ୍ତ ନାୟକ, ଜୟନ୍ତ ଷଡଙ୍ଗୀ, ମୟୁରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତି ପରିଡା, ସୁକେଶୀ ଓରମ ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ନବୀନ ରାମ ଓ ସିପ୍ରା ବାଜପେୟୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଦିଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ଉମାକାନ୍ତ ପଟ୍ଟନାୟକ,ଠାକୁର ରଂଜିତ ଦାସ, ସୋନାଲୀ ସାହୁ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ତରାଇ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ସଂଖ୍ୟାଲଘୁ ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026