ଦୃଢ଼ ସଂଗଠକ ଆଦର୍ଶ ବାଦୀ ବ୍ୟକ୍ତି ପ୍ରସନ୍ନ କୁମାର ବିଶିଙ୍କ ପରଲୋକରେ ନୀରବ ପ୍ରାର୍ଥନା

ଓଡ଼ିଶା ତାଜା ନ୍ୟୁଜ (୨୭ ଜାନୁଆରୀ ବୁଧବାର) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ଗିଗିନା ଗ୍ରାମର ଜଣେ ଭକ୍ତବତ୍ସଳ, ଆଦର୍ଶ ବ୍ୟକ୍ତି ଓ ଦୃଢ ସଂଗଠକ ଭାବରେ ସୁପରିଚିତ ପ୍ରସନ୍ନ କୁମାର ବିଶିଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି । ସ୍ଵର୍ଗତ ବିଶି ସ୍ଥାନୀୟ ଶ୍ରୀ ତ୍ରିନାଥ ମନ୍ଦିର ପରିଚାଳନା କମିଟିର ବରିଷ୍ଠ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ବିୟୋଗରେ ମର୍ମାହତ ହୋଇ ତ୍ରିନାଥ ମନ୍ଦିର ପରିଚାଳନା କମିଟିର ସଭାପତି ବସନ୍ତ ପଧାନ, ସମ୍ପାଦକ ମର୍ଦ୍ଦରାଜ ଗଡତିଆ, ସଞ୍ଜୟ କୁମାର ବେହେରା,କ୍ଷମା ସାଗର ଗଡତିଆ,ବିଜୟ କୁମାର ବେହେରା ଏବଂ ତ୍ରିନାଥ ମନ୍ଦିର କମିଟିର ସଭ୍ୟ ବୃନ୍ଦ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀ ତ୍ରିନାଥ ମହାପ୍ରଭୁଙ୍କ ନିକଟରେ ନିରବ ପ୍ରାର୍ଥନା କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version