ପିପିଲି ଉପନିର୍ବାଚନ ପାଇଁ ବିଧାୟକ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କୁ : ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।

ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି .

ପିପିଲି ଉପନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି .

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର )ଭୁବନେଶ୍ୱର :- ଉପନିର୍ବାଚନ ପାଇଁ ବିଧାୟକ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ପ୍ରତାପ ଦେବ ପିପିଲି ନିର୍ବାଚନ ମଣ୍ଡଳୀ ଯାଇ ସମୀକ୍ଷା କରିବେ । ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ ।

ପ୍ରଦୀପ ମହାରାଥୀ ପିପିଲି ଆସନରୁ ବିଧାୟକ ଥିଲେ । ଅକ୍ଟୋବର ୫ରେ ତାଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଠାରେ ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଅନ୍ୟପଟେ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ବା ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ବିଜେଡିର ଗଡ଼ ହେଉଛି ପିପିଲି । ଲଗାତର ଭାବେ ଏହି ଆସନର ପ୍ରଦୀପ ମହାରଥୀ ବିଜୟୀ ହୋଇଆସୁଥିଲେ । ଏହି ବିଜୟଧାରା ଆଗକୁ କେମିତି ବଜାୟ ରହିବ ସେଥିପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଛି । ଖୁବଶୀଘ୍ର ଉପନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି ।

Exit mobile version