
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) କଟକ :- କଟକ ସଦର ଥାନା ଫୁଲନଖରା ନିକଟସ୍ଥ ବମ୍ଫକୁଦ ଗ୍ରାମର ମା , ଯୋଗିଆଣୀ କ୍ରୀକେଟ କ୍ଲବ ପକ୍ଷରୁ ଆୟୋଜିତ ବିପିଏଲ ବମ୍ଫକୁଦ ପ୍ରିମିୟର ଲିଗ କ୍ରୀକେଟ ଟୁର୍ଣାମେଣ୍ଟ ଉଦଯାପିତ ହୋଇଛି । ଏହି ମ୍ୟାଚ ଆଠ ଦିନଧରି ଚାଲିଥିଲା । ଫାଇନାଲ ମ୍ୟାଚ ସିଘଂମ ରୋର୍ସ ବନାମ ସାଇ ସୁପର କିଙ୍ଗସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏହି ମ୍ୟାଚକୁ କଟକ ସଦର ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ମୁଖ୍ୟ ଅତିଥି, ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର କଟକ ଜିଲ୍ଲା ସଭାପତି ଅମୂଲ୍ୟ କୁମାର ବାରିକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଫାଇନାଲ ମ୍ୟାଚର ଖଳକୁ ଉଦଘାଟନ କରିଥିଲେ । ଫାଇନାଲ ମ୍ୟାଚରେ ପ୍ରଥମେ ଟସ ଜିଣି ସାଇ ସୁପର କିଙ୍ଗସ ନିରଦ୍ଧାରିତ ଓଭର ମଧ୍ୟରେ ୧୦୮ ରନ କରିଥିଲା । ଏହାର ପ୍ରତି ଯବାବରେ ସିଂଙ୍ଘମ ରୋର୍ସ ୧୧୪ ରନ କରି ବିପିଏଲ କ୍ରୀକେଟ ଟୁର୍ଣାମେଣ୍ଟ ଚମ୍ପିୟାନ ହୋଇଥିଲା ।
ଉଦଯାପନି ପୁରଷ୍କାର ବିତରଣ ଉସଚବରେ କନନ ବିହାରୀ ନାୟକ ଅଧ୍ୟକ୍ଷତା କରିଥିଲେ । ୫୯ ନମ୍ବର ୱ।ର୍ଡ଼ର ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କ୍ଷିରୋଦ ଚନ୍ଦ୍ର ଦଳାଇ, ପବିତ୍ର ମୋହନ ପତି ସାଗର ଭାଇନା, ନଗେନ୍ଦ୍ର ନାଥ ଜେନା, ଗଗନ ଜେନା, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିପିଏଲ ଟୁର୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିବା ଛ ଗୋଟି ଟିମର ମାଲିକ ସରୋଜ ଜେନା, ପୁନାନନ୍ଦ ଜେନା, ପ୍ରଦ୍ୟୁମ୍ନ ଜେନା, ସୁକଦେବ ଜେନା, ବଲ୍କଭ ଜେନା ଏବଂ ପ୍ରକାଶ ନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
