ବିଧାୟକ କେ. ନାରାୟଣ ଙ୍କ ଦ୍ଵାରା   ଶିରିଡ଼ି ସାଇ ବାବା ମନ୍ଦିରର ସୋଲାର ଲାଇଟ୍  ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୮ନମ୍ବର ୱାର୍ଡର ରେକାନା ସାହିରେ ଥିବା ଶିରିଡ଼ି ସାଇବାବା ମନ୍ଦିର ରେ ପାରଳାଖେମୁଣ୍ଡି ବିଧାୟକଙ୍କ ପାଣ୍ଠି ୨ ଲକ୍ଷ୍ ଟଙ୍କାରେ ନିର୍ମିତ ସୋଲାର ଲାଇଟ୍ ସିଷ୍ଟମ୍ କୁ ଆଜି ବିଧାୟକ କେ. ନାରାୟଣ ରାଓ ଉଦଘାଟନ କରିଛନ୍ତି l ପରେ ଶିରିଡ଼ି ସାଇବାବାଙ୍କୁ ଦର୍ଶନ କରିଥିଲେ l

ଏହି ସୋଲାର ଲାଇଟ୍ ଉଦଘାଟନ ଅବସର ରେ ପୁର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ , ବିଜେପି ନଗର ସଭାପତି ଜାମିନଦାର ପଟ୍ଟନାୟକ (ବାପି), ଶିରିଡ଼ି ସାଇବାବା ମନ୍ଦିରର ଟ୍ରଷ୍ଟି ବାଲା ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ l  ( ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version