ସାଧାରଣତନ୍ତ୍ର ଦିବସରେ ସାମ୍ବାଦିକ ସଂଘ ଶହୀଦ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ଦେଲେ ପୁଷ୍ପମାଲ୍ୟ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ରଣପୁର :-ଗତ ୨୬ ତାରିଖ ରେ ରଣପୁର ରେ ପାଳିତ ହୋଈଛି ଗଣତନ୍ତ୍ର ଦିବସ । ଏହି ଅବସରରେ ରଣପୁରରେ ସାମ୍ବାଦିକ ସଂଘ ତରଫରୁ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରଣପୁର ମାଟି ହେଉଛି ଶହୀଦର ଭୂମି l ସ୍ୱାଧୀନତା ପାଇଁ ଲଢେଇ କରି ବହୁ ବୀର ଶହୀଦ ହୋଇଛନ୍ତି l ରଣପୁରର ସ୍ୱାଧୀନତା ସଂଗ୍ରାମରେ ଲଢେଇ କରି ଫାଶି ପାଇଥିଲେ ଶହୀଦ ରଘୁ-ଦିବାକର l ଏହି ମହାନ ଶହୀଦଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି ରଣପୁର ପଞ୍ଚୁଦୋଳ ପଡିଆରେ l

ଆଜି ସକାଳୁ ଯୁବ ସମାଜସେବୀ ଲିଙ୍ଗରାଜ ନାୟକ ଏହି ମଣ୍ଡପକୁ ଧୋଇ ସଫା କରିଥିଲେ l ପରେ ରଣପୁର ସାମ୍ବାଦିକ ସଙ୍ଘ ଓ ସ୍ଥାନୀୟ ସମାଜସେବୀ ଏହି ମହାନ ଶହୀଦ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ଲୋଗାନ ଦେଇଥିଲେ l ଏହି ସମୟରେ ରଣପୁର ପ୍ରେସ କ୍ଳବର ଉପଦେଷ୍ଟା ରମେଶ ପ୍ରଧାନ, ସଭାପତି ସୁକାନ୍ତ ପଟ୍ଟନାୟକ,ଉପସଭାପତି ଅଭିମନ୍ୟୁ ମହାରଣା , ସମ୍ପାଦକ ବ୍ରଜ ରଣସିଂହ , କୋଷାଧକ୍ଷ କୃଷ୍ଣଚନ୍ଦ୍ର ଦାଶ, ସୁଶୀଲ କୁମାର ରଣା,

ସାଂସଦଙ୍କ ପ୍ରତିନିଧି ତଥା ନଗର ସଭାପତି ସ୍ୱରାଜ ମହାନ୍ତି, ଆଇନୀଜୀବୀ ଶ୍ରୀକାନ୍ତ ସାହୁ, ଯୁବ ସମାଜସେବୀ ଲିଙ୍ଗରାଜ ନାୟକ, ଆଞ୍ଚଳିକ ସାମ୍ବାଦିକ ସଙ୍ଘର ସଭାପତି ପ୍ରସନ୍ନ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସମୟରେ ସୈନିକ ପୋଷାକରେ ସଜ୍ଜିତ ହୋଇଥିବା ସୋମ୍ୟ ରଂଜନ ରଣା ନାମକ ୬ ବର୍ଷର ଏକ ଶିଶୁ ଶହୀଦଙ୍କୁ ସାଲୁଟ୍ ମାରି ସମ୍ମାନ ଜଣାଇ ଥିଲେ l (ରଣପୁର ପ୍ରତିନିଧିଙ୍କ ରିପୋର୍ଟ/ପ୍ରିୟମ୍ବଦା ମହାପାତ୍ର )

Exit mobile version