ରଣପୁରରେ ପାଳିତ ହୋଇଯାଇଛି ୭୨ ତମ ସଧାରଣତନ୍ତ୍ର ଦିବସ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର )ରଣପୁର :- ସାରାଦେଶରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସଠାରୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଭିନ୍ନ ହୋଇଛି । ସାରା ବିଶ୍ୱରେ ବ୍ୟାପିଥିବା ମହାମାରୀ କାରଣରୁ ଏପରି ହୋଇଛି ।

ଏହି ଅବସରରେ ରଣପୁର ପଞ୍ଚୁଦୋଳ ପଡିଆରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ l ସୂଚନାଯୋଗ୍ୟ, କରୋନା ଯୋଗୁଁ ଏଥର ପରେଡରେ ଛାତ୍ର ଛାତ୍ରୀ ଯୋଗ ଦେଇ ନ ଥିଲେ l ରଣପୁର ତହସିଲଦାର ପତାକା ଉତ୍ତୋଳନ କରିଥିଲେ l

ରଣପୁର ଥାନା ର ସମସ୍ତ ପୋଲିସ ଷ୍ଟାଫ୍ ଯୋଗ ଦେଇ ଜାତୀୟ ପତାକା କୁ ସମ୍ମାନ ଜଣାଇଥିଲେ । ଏଥିରେ ରଣପୁର ଥାନା ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ଙ୍କ ନେତୃତ୍ୱ ରେ ଗଣତନ୍ତ୍ର ଦିବସ ପାଳିତ ହୋଇଥିଲା ।

Exit mobile version