କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ ୩ କଳା କୃଷି ଆଇନ କୁ ବାତିଲ ଦାବିରେ ପାରଳାଖେମୁଣ୍ଡି ରେ ଗଜପତି କୃଷକ – ଶ୍ରମିକ ରାଲି ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି ,ବୁଧବାର ) ପାରଳାଖେମୁଣ୍ଡି :-କୃଷକ ବିରୋଧି କେନ୍ଦ୍ର ଦ୍ବାରା ଅଣାଯାଇଥିବା କଳା କୃଷି ଆଇନ୍‌କୁ ବାତିଲ କରିବା ଦାବିରେ ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନକୁ ସମର୍ଥନ ଦେବା ପାଇଁ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଆଜି କୃଷକ-ଶ୍ରମିକଙ୍କ ପ୍ୟାରେଡ୍ ଅଭିଯାନ କରାଯାଇଛି । ସଂଯୁକ୍ତ କୃଷକ ମୋର୍ଚ୍ଚା , ଓଡିଶା ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତିର ଡାକରାରେ ଶତାଧିକ କୃଷକ-ଶ୍ରମିକ ଜାତୀୟ ପତାକା ଧରି କୃଷି ଓ

କୃଷକର ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ଘୋଷିତ କୃଷି ନୀତିକୁ ବିରୋଧ କରି ପ୍ୟାରେଡ୍ ଦ୍ୱାରା ପାରଳାଖେମୁଣ୍ଡି ସହର ପରିକ୍ରମା କରି ସ୍ଥାନୀୟ ସିପିଏମ୍ ଅଫିସ୍‌ରେ ଏକ ସାଧାରଣ ବୈଠକରେ ସମସ୍ତେ ଏକତ୍ରିତ ହୋଇଥିଲେ । ଏହି ପ୍ୟାରେଡ୍‌କୁ ଗଜପତି ଜିଲ୍ଲା ସିପିଏମ୍ ‌, ସିପିଆଇ (ଏମ୍‌) , ସିପିଆଇ (ଏଲ୍‌) , କେଏମ୍‌ଏସ୍ , ଆମ୍‌ଆଦ୍‌ମୀ ପାର୍ଟି ତରଫରୁ ଜୋନ୍ନା ସୁବାଷ ଚନ୍ଦ୍ର ରାଓ , ଦଣ୍ଡପାଣି ରଇତ , ଡି.ଭେଙ୍କେଟ ରାଓ , ଶିଶିରକାନ୍ତ ଭଞ୍ଜଦେଓ , କେଦାର ନାଥ ଶବର,କେ.ମୀନାରାଓ ପ୍ରମୁଖ ନେତୃତ୍ୱ ନେଇଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version