ପ୍ରକୃତି ବନ୍ଧୁ ପୁରସ୍କାର ୨୦୨୦ ପାଇଲେ ଯୁବ ସ୍ୱେଚ୍ଛାସେବୀ ହେମସାଗର ସାହୁ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି ,ବୁଧବାର ) କଳାହାଣ୍ଡି :- ପ୍ରକୃତି ଓ ପରିବେଶ ସୁରକ୍ଷା ତଥା ଜନସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର ସଙ୍ଘଠନ ସହ ଜଡ଼ିତ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ପଲସାପଡା ଗ୍ରାମର ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯାଇଛି । ନର୍ଲା ବ୍ଲକର ସମସ୍ତ ଗ୍ରାମାଞ୍ଚଳରେ ପ୍ରକୃତି ଓ ପରିବେଶ ସୁରକ୍ଷା ତଥା ନିଜ ଉଦ୍ୟମରେ ବନୀକରଣ, ଯୁବ ଅନୁଷ୍ଠାନର ସହଯୋଗ ରେ ଵୃକ୍ଷ ରୋପଣ, ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ସହ ଜନ ସଚେତନ ସୃଷ୍ଟି ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ସାହୁ ୨୦୨୦ ମସିହା ପାଇଁ ଏହି ପୁରସ୍କାର ପାଇଛନ୍ତି ।

ମଙ୍ଗଳବାର ଦିନ ୭୨ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କଳାହାଣ୍ଡି ଦକ୍ଷିଣାଞ୍ଚଳ ବନଖଣ୍ଡ ଅଧିକାରୀ ନୀତିଶ ବଳିଆନ ଶ୍ରୀ ସାହୁ ଙ୍କୁ ‘ପ୍ରକୃତି ବନ୍ଧୁ’ ସମ୍ମାନ ରେ ସମ୍ମାନିତ କରିଥିଲେ । ଜିତେନ୍ଦ୍ର ସାହୁ(ଏ. ସି. ଏଫ) , ଧିମନ ଚାଖନା (ଏ.ସି.ଏଫ) , ମଳୟ ରଞ୍ଜନ କାଲୋ (ଏ.ସି. ଏଫ) ଏଥିରେ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ସାହୁ ନିଜର ବକ୍ତବ୍ୟ ଉପସ୍ଥାପନା କରି ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ, ଜିଲ୍ଲା ବନଖଣ୍ଡ ଅଧିକାରୀ ,ଭାରତ ସରକାରଙ୍କକ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି , ରାଜ୍ୟ ସରକାରଙ୍କ ଓଡିଶା ଯୁବ କଲ୍ୟାଣ ବିଭାଗକୁ ଧନ୍ୟବାଦ ଜଣାଇଥିଲେ । ( ରିପୋର୍ଟ ପ୍ରଦୀପ କୁମାର ଗଉଡ , କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version