ଭାରତ ମାତାର ସେବା କରିବେ ବିଏସଏଫ ଯବାନ ସୁବାଚନ ସରମଡିଆ – ପଦ୍ମପୁର 

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି ,ବୁଧବାର ) ପଦ୍ମପୁର :- ପାଇକମାଳ ବ୍ଳକ ଚେରଙ୍ଗାଝାଞ୍ଜ ଗାଁର ସାଧୁ ସରମଡିଆଙ୍କ ସାନ ପୁଅ ସୁବାଚନ ସରମଡିଆ ଏବର୍ଷ ବିଏସଏଫରେ ପାଇଛନ୍ତି । ସେ ୨୦୧୮ରେ ଏସସିସିରେ ଆବେଦନ କରି ନିଜକୁ ପ୍ରସ୍ତୁତ ହେଉଥିଲେ । ନିଜ ଗାଁରେ ପାଠ ପଢି ମାଣ୍ଡୋସିଲ ଯୁକ୍ତ ଦୁଇ ବେଳୁ ନିଜକୁ ପ୍ରସ୍ତୁତ କରିଆସୁଥିଲେ ।

ପ୍ରତ୍ୟେକ ବର୍ଷ ଗାଁରେ ଗୋଟିଏ ଗୋଟିଏ ଚାକିରି ପାଉଥିବାରୁ ଆଗାମୀ ପିଢ଼ି ପାଇଁ ପ୍ରେରଣା ସାଜିଛି ଗାଁ । ତାଙ୍କ ସଫଳତାରେ ସେ ଖୁସି ଅଛନ୍ତି ମୁଁ ଭାରତ ମାତାର ସେବା କରିବି ବୋଲି କହିଛନ୍ତି । ତାଙ୍କ ସଫଳତାରେ ଖୁସିର ଲହରୀ ଖେଳିଯାଇଛି ।  (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version