ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି ,ବୁଧବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଗତ ରାଷ୍ଟ୍ରୀୟ ଯୁବ ଦିବସ ଠାରୁ ଆରମ୍ଭ ହୋଇଥିବା 15 ଦିନିଆ ସ୍ୱଚ୍ଛ ପର୍ଯ୍ୟଟନସ୍ଥଳୀ ଅଭିଯାନ ଆଜି ନୟାଗଡ଼ ମଜୁରିଆପଲ୍ଲୀ ସ୍ଥିତ ମା ଭୈରବୀ ଦେବୀଙ୍କ ପୀଠରେ ଉଦଯାପିତ ହୋଇଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଯୁବ ସମାଜସେବୀ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି 15 ଦିନିଆ ପର୍ଯ୍ୟଟନସ୍ଥଳୀ ସଫେଇ ଅଭିଯାନରେ ଜିଲ୍ଲାର ଅଗ୍ରଣୀ ଯୁବ ସଙ୍ଗଠନ ଫ୍ରେଣ୍ଡସ ହେଲ୍ପ ଗ୍ରୁପ, ରାଜସୁନାଖଳା ମହୋତ୍ସବ କମିଟି, ଶ୍ରୀକୃଷ୍ଣ ୟୁଥ କ୍ଲବ, ମୁଁ ବଘେଲ ସାମାଜିକ ଅନୁଷ୍ଠାନ, ନୟାଗଡ଼ ବିକାଶ ପରିଷଦ, ପ୍ରିନ୍ସ ଫାଉଣ୍ଡେସନ,

