ରାଣୀପେଣ୍ଠ ସ୍ଥିତ ମାନସିକ ଅନଗ୍ରସର ବିଦ୍ୟାଳୟ ରେ ୭୨ତମ ଜନରାଜ୍ୟ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି,ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାଣୀପେଣ୍ଠ ସ୍ଥିତ ମାନସିକ ଅନଗ୍ରସର ବିଦ୍ୟାଳୟ ରେ ୭୨ତମ ଜନରାଜ୍ୟ ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ବୟୋଜ୍ୟେଷ୍ଟ ନାଗରିକ ରାମାନନ୍ଦ ପଟନାୟକ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇଥିବା ବେଳେ ନିୟତୀ ଅଧକ୍ଷା ସ୍ନେହତା ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମକୁ ଜ୍ୟୋଷ୍ଣା ଡାକୁଆ,ସାସ୍ଵତୀ ବେବର୍ତ୍ତା, ସୁନୀତ ଗମାଙ୍ଗ, ରଚିତା ମହାନ୍ତି,କୁମାରୀ ଆପଟ ପରିଚାଳନା କରିଥିଲେ । ଗଣତନ୍ତ୍ରର ମୂଲ୍ୟବୋଧ ଏବଂ ଭିନ୍ନକ୍ଷମଙ୍କ ଅଧିକାର ଉପରେ ଏକ କର୍ମଶାଳା ଶ୍ରୀ ବେବର୍ତ୍ତାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version