ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ : ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

 ଓଡ଼ିଶା ତାଜା ନ୍ୟୁଜ (୨୬ ଜାନୁଆରୀ ମଙ୍ଗଳବାର) କଳାହାଣ୍ଡ : – ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ସରସ୍ଵତୀ ଶିଶୁ ମନ୍ଦିରରେ ୭୨ତମ ଗଣତନ୍ତ୍ର ଦିବସ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଇଛି। ଏଥିରେ ବିଦ୍ୟାଳୟ ସଂପାଦକ ରାଜେଶ କୁମାର ଦତ୍ତା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟ ବକ୍ତା ତଥା କର୍ଲାପଡା ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ମୋହନ ପୁଟେଲ ଗଣତନ୍ତ୍ର ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।

ଏହି ମହାନ ଜାତୀୟ ପର୍ବରେ ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। କୋଭିଡ ସକାଶେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିରେ ଗୁରୁଜୀ ହେମନ୍ତ କୁମାର ଭୋଇ,ଜୟଶଙ୍କର ରାଉତ, ରମେଶ ତ୍ରିପାଠୀ,ପ୍ରଦୀପ କୁମାର ଗଉଡ,ବିମଳ ନାଏକ,ଲୋଚନ ସାହୁ, ପବିତ୍ର ମୋହନ ଛୁରିଆ,,ସୁବେଦିତା ନାଏକ, ଜୟଶ୍ରୀ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ, କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version