ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟ ହସ୍ତତନ୍ତ୍ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପତାକା ଉତ୍ତୋଳନ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । କୋଭିଡ କଟକଣା ମଧ୍ୟରେ କେବଳ ପୋଲିସ କର୍ମଚାରୀ ପକ୍ଷରୁ ଆୟୋଜିତ ପ୍ୟାରେଡ଼ ଅବିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ଦେଶର ସମ୍ବିଧାନ ଦିବସ ଭାବେ ସାଧାରଣ ତନ୍ତ୍ର ଦିବସର ଗୁରୁତ୍ୱକୁ ତାଙ୍କ ଅବିଭାଷଣରେ ଉପସ୍ଥାପନ କରିଥିଲେ । ବିଭିନ୍ନ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି ଉତ୍ସବରେ ଯୋଗ ଦେଇଥିବା ଅନ୍ୟ ମାନଙ୍କ ମଧ୍ୟରେ ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ, ବହୁ ବିଭାଗୀୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କୋରନା କଟକଣା ମଧ୍ୟରେ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ସୀମିତ ସଂଖ୍ୟକ ବ୍ୟକ୍ତିଙ୍କ ଉପସ୍ଥିତିରେ ପାଳନ ହୋଇଯାଇଛି ସାଧାରଣତନ୍ତ୍ର ଦିବସ । ବୟନ ଶିଳ୍ପ ମନ୍ତୀ ପଦ୍ମିନୀ ଦିଆନ୍ ଓ ତାଙ୍କ ସହ ବିଜେଡି କର୍ମୀ ଏବଂ ସରକାରୀ ମନଙ୍କ ସହ ମୁଖ୍ୟ ଡାକ୍ତରଖାନା ମୁଖ୍ୟ କାରାଗାର,ଓ କୁଷ୍ଟ ଆଶ୍ରମରେ ମିଷ୍ଠାନ ବଣ୍ଟନ କରିଥିଲେ । କୈଣସି ପ୍ରଜ୍ଞାପନ ମେଢ଼ ଅବା କୈାଣସି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦେଶଭକ୍ତି ଉପସ୍ଥାପନ ଦେଖିବାକୁ ମିଳିନଥିଲା । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version