କାର୍ ଦୁର୍ଘଟଣାରେ ୨ ଯୁବକ ଆହତ ; ଅଳ୍ପକେ ବଞ୍ଚିଗଲା ଜୀବନ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ଚଣ୍ଡିଖୋଲ :- ମଙ୍ଗଳବାର ସନ୍ଧ୍ୟା ୫ଟା ସମୟରେ ଏକ ମଟର ସାଇକେଲରେ ୨ଜଣ ଯୁବକ ପାଣିକୋଇଲି ଆଡୁ ଚଣ୍ଡିଖୋଲ ଆସୁଥିବା ସମୟରେ ଚଣ୍ଡିଖୋଲ ଆରଟିଓ ଅଫିସ୍ ଓଭରବ୍ରିଜ୍ ନିକଟସ୍ଥ ଜାତୀୟ ରାଜପଥ ଉପରେ ଏକ କାର ପାଣିକୋଇଲି ପଟୁ ଦୃତବେଗରେ ଆସି ଏକ ବାଇକ ଚାଳକଙ୍କୁ ପଛପଟୁ ଧକା ଦେଇ ଘଟଣା ସ୍ଥଳୁ ଖସି ଚାଲିଯାଇଥିବାର ଜଣାପଡ଼ିଛି । ସ୍ଥାନୀୟ ଲୋକେ କାର୍ କୁ ରୋକିବା ପାଇଁ ଚେଷ୍ଟା କରିଥିଲେ ହେଲେହେଁ କାର୍ ବେଗ ସ୍ପିଡ଼ ଥିବା ବେଳେ କାର୍ ଟି ସାଇଡ ମାରି ଦୃତ ଗତିରେ ପଳେଇ ଯାଇଥିଲା ।

ଯାହା ଦ୍ୱାରା ବାଇକ ଚାଳକ ଜଣକ ଭାରସମ୍ୟ ହରାଇ ରାସ୍ତା କଡ଼ରେ ଛିଡା ହୋଇଥିଵା ଏକ ୧୪ ଚକିଆ ଟ୍ରକ୍ ସହ ବାଡେଇ ହୋଇ ଯାଇଥିଲେ । ୨ ଯୁବକଙ୍କ ଗୋଡ଼ ,ହାତ , ଛାତି ରେ ଆଘାତ ଲାଗିବା ସହ ବାଇକ ମଧ୍ୟ ନଷ୍ଟ ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ବଡ଼ଚଣା ମେଡିକାଲକୁ ପଠେଇ ଦେଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଆଇରାନ ଗାଡି ଠିଆ କରି ଭିଡ କରୁଥିବା ବେଳେ ରାସ୍ତା ରେ ଅନ୍ୟ ଗାଡି ଚଳ ପ୍ରଚଳ କରିବା ପାଇଁ ଅସୁବିଧା ହେଉଛି ଯାହା ଫଳରେ ବାରମ୍ଵାର ଏମିତି ଦୁର୍ଘଟଣା ଘଟୁଛି । ( ରିପୋର୍ଟ – ବିକାଶ ସାହୁ )

Exit mobile version