୭୨ତମ ସାଧାରଣତନ୍ତ୍ର ଦିବସ ରେ ଓଡ଼ଗାଁ ପୋଲିସ ଷ୍ଟେସନ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ , ୪୨ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ଓଡ଼ଗାଁ  :- ଆଜି ହେଉଛି ୭୨ତମ ସାଧାରଣତନ୍ତ୍ର ଦିବସ । କୋଭିଡ୍ କଟକଣା ଭିତରେ ଆଜି ସାରା ଦେଶରେ ପାଳନ କରାଯାଇଛି ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶରେ ସମ୍ବିଧାନ ପ୍ରଣୟନ କରାଯାଇଥିଲା ।

ସେହି ଦିନକୁ ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯାଉଛି । ଓଡ଼ଗାଁ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଓଡ଼ଗାଁ ଆଦର୍ଶ ଥାନା ସମ୍ମୁଖ ରେ ଆଜି ଗଣତନ୍ତ୍ର ଦିବସ ପାଳିତ ହେବା ସଙ୍ଗେ ସଙ୍ଗେ ଓଡ଼ଗାଁ ପୋଲିସ ଷ୍ଟେସନ ପକ୍ଷରୁ

 

ଓଡ଼ଗାଁ କଲ୍ୟାଣୀ ମଣ୍ଡପ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ଏବଂ ୪୨ ୟୁନିଟ ରକ୍ତ ସଂଗ୍ରହ ହୋଈଛି । ଏହି ରକ୍ତ ଦାନ ଶିବିର ରେ ପୋଲିସ ଷ୍ଟେସନ ର ଥାନା ଆଇ ଆଇସି ପ୍ରଜ୍ଞା ପରମିତା ଜେନା ଙ୍କ ସମେତ ଥାନା ର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ ।

 

ଏଥି ସହିତ ବ୍ଲକ ଅଫିସ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ,ମୋଟର କର୍ମଚାରୀ ସଂଘ, ଓକିଲ ସଂଘ ,ବଣିକ ସଂଘ, ସ୍କୁଲ, କଲେଜ ଗୁଡ଼ିକରେ ପତକା ଉତ୍ତୋଳନ କରାଯାଇଛି ସାଧାରଣତନ୍ତ୍ର ଦିବସରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜନ କରାଯାଉଥିବା ପ୍ୟାରେଡ ଚଳିତ ବର୍ଷ କୈାଣସି ସ୍ଥାନରେ ପ୍ରଦର୍ଶିତ ହୋଇନାହିଁ । କୋଭିଡ୍ ସଂକ୍ରମଣ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version