ଭାରସାମ୍ୟ ହରାଇ ଗଛକୁ ପିଟିଲା ଯାତ୍ରୀବାହି ଅଟୋ – କୁରାଳ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ଓଡ଼ଗାଁ  :- ସାଧାରଣତନ୍ତ୍ର ଦିବସରେ ଘଟିଲା ଦୁର୍ଘଟଣା । କୁରାଳ ରୁ ଓଡ଼ଗାଁ ଅଭିମୁଖେ ଯାଉଥିବା ଏକ ଯାତ୍ରୀଵାହି ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଆଜି ଦିନ ୧୦.୩୦ ସମୟ ରେ କୁରାଳ ଖଳିପଡିଆ ଠାରେ ଭାରସାମ୍ୟ ହରାଇ ଗଛକୁ ପିଟିଛି ଯାତ୍ରୀବାହି ଅଟୋ । ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ କୁରାଳ ଫାଣ୍ଡି ଅଧିକାରୀ ପହଞ୍ଚି ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇବା ସହ ଅଟୋକୁ ଜବତ କରାଯାଇଥିବା ଖବର ମିଳିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version