ବରଗଡ଼ ଜିଲ୍ଲା ରେ ଜାତୀୟ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ବରଗଡ଼  :- ବରଗଡ଼ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ସ୍ବାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଶହୀଦ ବୀର ଙ୍କୁ ସ୍ମରଣ କରିଥିଲେ । ପରେ କରୋନା ଯୋଦ୍ଧା ଙ୍କୁ ସମ୍ମାନିତ କରିଥିଲେ ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

ପ୍ୟାରେଡ୍ ଉତ୍ସବରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଗୁଡ଼ିକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ । ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ ଜାତୀୟ ଦିବସ ପାଳନ ଅବସରରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସାଧୀନ ରୋଗୀଙ୍କୁ ଏବଂ ଜେଲ ଅନ୍ତେବାସୀଙ୍କୁ ଫଳ ବ°ଟନ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version