ରହେମତ ଟ୍ରଷ୍ଟର ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଜାନୁଆରି, ମଙ୍ଗଳବାର ) ଜଟଣୀ  :- ଜଟଣୀ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରହେମତ ଟ୍ରଷ୍ଟର ଜଟଣୀ ବାଛରା ପାଟଣା ସ୍ଥିତ ନିଜ କାର୍ଯ୍ୟାଳୟ ପରିସର ଠାରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ଜଟଣୀ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଉତ୍ତଳନ କରିଥିଲେ ଏଥିରେ ରୋଟାରିଆନ ଡକ୍ଟର ପ୍ରଶାନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ଓ

ବିଶିଷ୍ଟ ଶିକ୍ଷାବିତ ତ୍ରିନାଥ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଣତନ୍ତ୍ର ଦିବସ ମହତ୍ତ୍ଵ ଓ ଉଦେଶ୍ୟ ସମ୍ପର୍କରେ ସାମ୍ୟକ ସୂଚନା ପ୍ରଦାନ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ସୟଦ ଫଏଜୁଲା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଅତିଥି ମାନଙ୍କ ଦ୍ୱାରା wall of kindness “ଆବଶ୍ୟକ ଥିଲେ ନେଇ ଯାଆନ୍ତୁ , ଆବଶ୍ୟକ ନ’ଥିଲେ ଦେଇ ଯାଆନ୍ତୁ”କୁ ଉଦ୍ଘାଟନ କରାଯାଇଥିଲା  ( ଜଟଣୀରୁ ଇଫତେଖାର ଅଲ୍ଲୀ )

Exit mobile version