ଈକୋ ରେଲୱେ : ମଣ୍ଡଳ ସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଜାନୁଆରି, ମଙ୍ଗଳବାର ) ଜଟଣୀ  :- ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ରୋଡ଼ର ମଣ୍ଡଳ ସ୍ତରୀୟ ୭୨ ତମ ଗଣତନ୍ତ୍ର ଦିବସ ରେଳବାଇ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶଶୀ କାନ୍ତ ସିଂ ଆନୁଷ୍ଠାନିକ ଭାବେ ପତକା ଉତ୍ତଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ସିଂ କହିଥିଲେ ଯେ’ ୨୬ ଜାନୁଆରୀ ୧୯୫୦ ରେ ଗଣତନ୍ତ୍ର ସ୍ଥାପନା ପରଠୁ ରାଷ୍ଟ୍ରୀୟ ଜୀବନ ର ସବୁ କ୍ଷେତ୍ରରେ ଅସାଧାରଣ ପ୍ରଗତି ହାସିଲ ହୋଇଛି । ବର୍ତ୍ତମାନ ଆମଦେଶ କୋଭିଡ ୧୯ ବିଶ୍ୱ ମହାମାରୀ ର ଅତ୍ୟନ୍ତ ବିଷମ ପରିସ୍ଥିତିରେ ,

ଏହି ସ୍ଥିତିରେ ଭାରତୀୟ ରେଳବାଇ ପାର୍ସଲ ସ୍ପେଶାଲ , ଶ୍ରମିକ ସ୍ପେଶାଲ ଏବଂ ପାସେଞ୍ଜର ସ୍ପେଶାଲ ଟ୍ରେନ ଚଲାଇ ଲୋକ ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି । ଆମର କର୍ମଚାରୀ ମାନେ ନିଜ ଜୀବନର ପରୱା ନ’ କରି ରାତିଦିନ ଏକ,କରି ସେବା ପ୍ରଦାନ କରିଛନ୍ତି ।  ଶ୍ରୀ ସିଂ ଭାବ ବିହ୍ୱଳ କଣ୍ଠରେ କହିଥିଲେ ଯେ’ ଏହି ସେବାଦାନ ସମୟ ରେ ଭୟାବହ ବିଶାଣୁ ସହ ଲଢେ଼ଇ କରି କେତକ କର୍ମଚାରୀ ନିଜର ପ୍ରାଣ ତ୍ୟାଗ କରିଛନ୍ତି ତଥାପି ନିରନ୍ତର ସେବା କାର୍ଯ୍ୟ ଜାରି ରଖିଛନ୍ତି ମୁଁ ଏହି ଅବସରରେ ଏମାନଙ୍କ ପ୍ରତି ଆଭାର ବ୍ୟକ୍ତ କରୁଛି । ( ଜଟଣୀ ରୁ ଇଫତେଖାର ଅଲ୍ଲୀ )

Exit mobile version