କଳାପଙ୍କା ଗ୍ରାମ ନିକଟସ୍ଥ ଜଙ୍ଗଲରେ ୫ କୋଟି ଟଙ୍କାରୁ  ଉର୍ଦ୍ଧ ଗଞ୍ଜେଇ ଗଛ କୁ ପୋଡି ନଷ୍ଟ 

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ପାରଳାଖେମୁଣ୍ଡି :- ବେଆଇନ ଭାବେ ଚାଷ କରାଯାଇଥିବା ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ, ଅବକାରୀ, ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛକୁ ପୋଡା ଯାଇଛି । ସୂଚନାକୁ ଭିତ୍ତି କରି ଆର୍‌. ଉଦୟଗିରି ଥାନାଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ପୋଲିସ , ଅବକାରୀ, ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ଚଢାଉ କରି

ଆର୍‌. ଉଦୟଗିରି ବ୍ଲକର କଳାପଙ୍କା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୨୫ ଏକରରୁ ଉର୍ଦ୍ଧ୍ୱ ଜମିରେ ବେଆଇନ ଭାବେ ଲଗାଯାଇଥିବା ୫୦,୦୦୦ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି । ଚଢାଉ ଆର୍‌. ଉଦୟଗିରି ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କରାଯାଇଥିଲା । ଏ ନେଇ ଆର୍‌. ଉଦୟଗିରି ଥାନାରେ କେସ ନଂ-୧୯/୨୧ ଏନଡିପିଏସ ଆକ୍ଟର ଧାରା ୨୦(କ)(ଆଇ)ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ ) 

Exit mobile version