ଦଶପଲ୍ଲା ବିଧାୟକ ଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ଅଧ୍ୟକ୍ଷ ମାନଙ୍କ ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ମହାବିଦ୍ୟାଳୟ ପରିସରରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଯୁକ୍ତ ୨ ଓ ଯୁକ୍ତ ୩ କଲେଜ୍ ଅଧ୍ୟକ୍ଷ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧ୍ୟକ୍ଷ ମାନଙ୍କ ସମ୍ମିଳନୀ ରେ ନିର୍ବାଚନ ମଣ୍ଡଳୀ ରେ ଥିବା କଲେଜ୍ ଗୁଡ଼ିକର ମୌଳିକ ଆବଶ୍ୟକତା ଏବଂ ଶୈକ୍ଷିକ ବାତାବରଣ ଉପରେ ଅଧ୍ୟକ୍ଷ ମାନଙ୍କ ସହ ଆଲୋଚନା କରିଥିଲେ ।

ଶୈକ୍ଷିକ ବିକାଶ ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ମନୋଭାବ ସୃଷ୍ଟି ହେବା ସହ ସର୍ବାଙ୍ଗୀନ ବିକାଶ ଏବଂ ଭିତ୍ତି ଭୂମିର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ଦଶପଲ୍ଲା ବିଧାୟକ।ତତ୍ ସହିତ ଅଧ୍ୟକ୍ଷ ମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ଦଶପଲ୍ଲା ବିଧାୟକ । ଏହି ସମ୍ମିଳନୀ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଯୁକ୍ତ ୨ ଓ ଯୁକ୍ତ ୩ ଅଧ୍ୟକ୍ଷ ଯୋଗଦେଇଥିଲେ ।

ପରିଶେଷରେ ଯୁକ୍ତ ୨ ମହାବିଦ୍ୟାଳୟ ର ଶିକ୍ଷା ଅଧ୍ୟାପକ ଜୟକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।  ଶିକ୍ଷା ର ବିକାଶ ଏବଂ ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଦଶପଲ୍ଲା ବିଧାୟକ ଙ୍କ ଗୁରୁତ୍ୱାରୋପ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି । (ଦଶପଲ୍ଲା /ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )

Exit mobile version