ସୁରକ୍ଷା ସମ୍ମାନ ପ୍ରଦାନ ଉତ୍ସବ ଓ ଜାତୀୟସ୍ତରୀୟ ଆଲୋଚନାଚକ୍ର

ଓଡିଶା ତାଜା ନ୍ୟୁଜ୍ (୨୫ ଜାନୁୟାରୀ ସୋମବାର ) ଭୁବନେଶ୍ୱର :- ଗ୍ଲୋରି ଅଫ୍ ଇଣ୍ଟରନ୍ୟାସନାଲ୍ ଫାଉଣ୍ଡେସନ୍‌ ଟ୍ରଷ୍ଟ  ପକ୍ଷରୁ ସ୍ଥାନୀୟ ରୋଟାରୀ ଭବନଠାରେ ସୁରକ୍ଷା ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହିଳା ବିରୋଧୀ ଅପରାଧ ଏହାର କାରଣ ଓ ସୁରକ୍ଷା’ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷା ଆଇନଜୀବୀ ସଙ୍ଗୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାସଂଦ ମୁଜିବୁଲ୍ଲା(ମୁନ୍ନା) ଖାଁ, ମୁଖ୍ୟ ବକ୍ତାଭାବେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଚାରପତି କୃଷ୍ଣ ଚନ୍ଦ୍ର ରଥ, ଭୁବନେଶ୍ୱର ଓକିଲ ସଂଘର ସଭାପତି ମହମ୍ମଦ ଜିୱାଲ ହକ୍ ଓ ସମ୍ପାଦକ ରାଜ କିଶୋର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଆଲୋଚନାଚକ୍ରରେ ଭାଗ ନେଇଥିଲେ ।

ମହିଳାମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି । ସୁସମାଜ ଗଠନ ଓ ସଚେତନ ଦ୍ୱାରା ମହିଳା ସୁରକ୍ଷା ରହିବା ସହ ସମାଜରେ ଅଧିକ ବିକାଶ କରିପାରିବେ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ଏହି ଅବସରରେ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ପୋଲିସ ଜୋନ୍‌-୨ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଥାନା ଅଧିକାରୀ ବିଜୟନୀ ସିଂ, ସ୍ନାୟୁ ବିଭାଗ ଡକ୍ଟର ଶ୍ରୀକାନ୍ତ ସାହୁ, କୁଳବୃଦ୍ଧ ମଧୁବାବୁଙ୍କ ବିଷୟରେ ଆଲୋଚନା ଓ ମରଣୋତ୍ତର ଭରତରତ୍ନ ପାଇଁ ୮ଟି ରାଜ୍ୟରେ ଦସ୍ତଖତ ସଂଗ୍ରହ କରିଥିବା ଯୁବ ଆଇନଜୀବୀ ଲିଙ୍ଗରାଜ ସାହୁ, ରୋଟାରୀ ଇନର୍‌ହ୍ୟୁଲର ସଭାପତି ସାଗରିକା ସାମଲ ସମାଜସେବା ପାଇଁ ରୁଦ୍ର ସାମନ୍ତରାୟ, ମନୋଜ ମହାନ୍ତି, ଶବ ବାହିକା ରିତୁରାଣୀ ସାମଲଙ୍କୁ ସୁରକ୍ଷା ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ସସ୍ମିତା ମହାପାତ୍ର ସ୍ୱାଗତ ଭାଷଣ, ଖାରବେଳ ଐର ବୀବରଣୀ ପାଠ କରିଥିବା ବେଳେ ଦୀପକ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version