ଜାତୀୟ ମତଦାତା ଦିବସ ପାଳିତ ହେଲା କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ

ଓଡ଼ିଶା ତାଜା ନ୍ୟୁଜ୍ (୨୫ ସୋମବାର ) ଓଡ଼ଗାଁ :- ମତଦାତା ହେଉଛି ଦେଶର ଭାଗ୍ୟ ବିଧାତା । ଆପଣଙ୍କ ଗୋଟିଏ ମତ ଉପରେ ଦେଶର ବିକାଶଧାରା ନିର୍ଭର କରେ । ତେଣୁ ଵିଶ୍ବର ବୃହତ ଗଣତାନ୍ତ୍ରିକ ପଦ୍ଧତିରେ ନିଜକୁ ସାମିଲ କରନ୍ତୁ ଓ ଦେଶରେ ପରିବର୍ତ୍ତନ ଆଣିବାରେ ସହାୟକ ହୁଅନ୍ତୁ । ଆଜି ଜାତୀୟ ମତଦାତା ଦିବସ ଅବସରରେ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି ।

କଲେଜର ଅଧ୍ୟକ୍ଷ ଭାବଗ୍ରାହୀ କର ଛାତ୍ରଛାତ୍ରୀ ମାନଙ୍କୁ ଭୋଟ ଦେବା ଅଧିକାର ସମ୍ବନ୍ଧେ ସରଳ ଭାବେ ବୁଝାଇଥିଲେ । ୧୯୫୦ ମସିହା ଜାନୁଆରୀ ୨୫ ତାରିଖରେ ନିର୍ବାଚନ ଆୟୋଗର ସୃଷ୍ଟି ହୋଇଥିଲା । ସେହି ଦିବସଟି କୁ ମନେରଖିବା ପାଇଁ ୨୦୧୧ ମସିହା ଠାରୁ ଏହି ଦିବସଟି କୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଇ ଆସୁଅଛି । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସଂକଳ୍ପ କରାଯାଇଥିଲା ।

ସେମାନେ ଗଣତନ୍ତ୍ର ପରମ୍ପରା ମର୍ଯ୍ୟାଦା ବଜାୟ ରଖିବା ସଭିଏଁ ମୁକ୍ତ , ଅଵାଧ , ଏବଂ ଶାନ୍ତି ପୂର୍ଣ୍ଣ ନିର୍ବାଚନରେ ନିଜ ନିଜର ମତାଧିକାର ପ୍ରୟୋଗ କରିପାରିବେ । ଜାତୀୟ ସେବା ଯୋଜନା ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ ସ୍ଵେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ କର୍ମଚାରୀମାନେ ସଂକ୍ରିୟ ଅଂଶ ଗ୍ରହଣ କରିଥିଲେ । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ)

Exit mobile version