ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) କଟକ :- ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରେ ମହାମାରୀ କରୋନାକୁ ସଫଳତା ର ସହିତ ମୁକାବିଲା କରିବା ସହ, ଓଡ଼ିଶା ର ବିଭିନ୍ନ ଉନ୍ନତି ମୂଳକକାର୍ଯ୍ୟ କରି ଦେଶର ସର୍ବ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଏ ବି ପି ଏବଂ ଭୋଟର ମାନେ ଚୟନ କରିଥିବାରୁ ଆଜି ଓଡ଼ିଶାର ଜନସାଧାରଣ ଗର୍ଭ ଅନୁଭବ କରି ଶୁଭେଚ୍ଛା ଜଣାଇଛନ୍ତି ।
ଏହି ପରିପ୍ରେକ୍ଷୀରେ ରବିବାର ଦିନ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ସ୍ଥିତ ମା, ଧାକୁଲେଈଙ୍କ ପୀଠରେ ଆୱ।ର ସିଏମ ଆୱ।ର ହିରୋ କାର୍ଯ୍ୟକ୍ରମ ସିଏମସି ୫୮ ନମ୍ବର ୱ।ର୍ଡ଼ ବିଜୁ ଜନତା ଦଳ ପକ୍ଷରୁ କରାଯାଇଥିଲା ।
ୱ।ର୍ଡ଼ର ସଭାପତି ସୁଶାନ୍ତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ପୂର୍ବତନ କର୍ପୋରେଟର କୌଶିକ୍ ଜେନା, ସଂପାଦକ ବିକ୍ରମ ଶତପଥି ,ତପନ କୁମାର ଦାସ,ରବିନ୍ଦ୍ର ଖିଲାର,ପ୍ରହଲ୍ଲାଦ କର, ତ୍ରୈଲୋକ ପ୍ରଧାନ, ପ୍ରମୋଦ ସ୍ୱାଇଁ, ଅରୁଣ ରାଉତ, ସଦାନନ୍ଦ ଜେନା, ପିଣ୍ଟୁ ସାହୁ,ତ ପ୍ରଦ୍ୟୁମ୍ନ ମିଶ୍ର, ବିରଞ୍ଚି ପରିଡ଼ା, ସେକ୍ ଦିଲବର,ସେକ୍ ମୋତି ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
