ସାଇନ୍ ଆଣ୍ଡ ସଂନ୍ଧ୍ୟା ଫାଉଣ୍ଡେସନ ପକ୍ଷରୁ  ସଡ଼କ ସୁରକ୍ଷା ପାଳିତ

 ଓଡିଶା ତାଜା ନ୍ୟୁଜ୍ (୨୫ ଜାନୁୟାରୀ ସୋମବାର ) କଟକ : – କଟକ ଚାନ୍ଦିନୀଚୌକ ସ୍ଥିତ ସାଇନ୍ ଆଣ୍ଡ ସଂନ୍ଧ୍ୟା ଫାଉଣ୍ଡେସନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଅଧ୍ୟକ୍ଷ ସଂନ୍ଧ୍ଯା ରାଣୀ ଦଳେଇଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ପାଳନ କରାଯାଇଛି । ଅନୁଷ୍ଠାନର ସ୍ବେଚ୍ଛାସେବୀ ମାନେ ହେଲମେଟ ପିନ୍ଧିଥିବା ବ୍ଯକ୍ତିଙ୍କୁ ଚକୋଲେଟ ଦେଉଥିବାବେଳେ ହେଲମେଟ ପିନ୍ଧିନଥିବା ଆରୋହିଙ୍କୁ ଯମ ଏବଂ ଚିତ୍ରଗୁପ୍ତଙ୍କ ପୋଶାକ ରେ ଅବତୀର୍ଣ୍ଣ ସ୍ବେଚ୍ଛାସେବୀ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ବନ୍ଧରେ ବୁଝାଇବା ସହ ଲିଫଲେଟ ବାଣ୍ଟୁଥିବା ଦେଖାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ବତପ୍ରବୃତ ଭାବେ ବିଶିଷ୍ଟ ବ୍ଯଙ୍ଗକବି ଡକ୍ଟର ଧର୍ମଛଡା ଏବଂ ଟ୍ରାଫିକ କନେଷ୍ଟବଳ ଜଗବନ୍ଧୁ ସ୍ବାଇଁ ଯୋଗଦେଇ ସ୍ବେଛାସେବୀଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ମଧୁମିତା ରାୟଚୌଧୁରୀ , ରଘୁନାଥ ବରାଳ , ସବିତା ବେହେରା , ଶକ୍ତି ପ୍ରସାଦ ବେହେରା , ଦିବ୍ୟ ରଞ୍ଜନ ନାୟକ , ଶାରଦା ପ୍ରସାଦ ମହାନ୍ତି , ଅଂଶୁମାନ କାନୁନଗୋ ଏବଂ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । (ରଶ୍ମିତା ମହାପାତ୍ର କଟକ ରିପୋର୍ଟ )

Exit mobile version