ବୀର ସୁରେନ୍ଦ୍ର ସାଏ କ୍ଲବ ନାୟକ ପଡା ଆନୁକୁଲ୍ୟରେ  ; ଗୁଣନିଧି ମେମୋରିଆଲ ଚାଲେଞ୍ଜ ବ୍ୟାଟମିଟନ” ପ୍ରତିଯୋଗିତା ଉଦଯାପିତ

ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର ) ବରଗଡ  :-  ସ୍ଥାନୀୟ ବରଗଡ ନାୟକପଡା, ବୀର ସୁରେନ୍ଦ୍ର ସାଏ କ୍ଲବ ଠାରେ, ସ୍ବାଧୀନତା ସଂଗ୍ରାମୀ “ବୀର ସୁରେନ୍ଦ୍ର ସାଏ” ଙ୍କ ଜୟନ୍ତୀ ତଥା କ୍ଲବ ର ବାର୍ଷିକ ଉତ୍ସବ ପାଳନ କରା ଯାଇଥିଲା | ଜୟନ୍ତୀ ଅବସରରେ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଆଇନଜୀବୀ ତଥା କ୍ଲବ ର ବୟୋଜ୍ୟେଷ୍ଠ ପରାମର୍ଶ ଦାତା କମିଟି ର ସଭ୍ୟ ରହିଥିବା ସ୍ବର୍ଗତ ଗୁଣନିଧି ଦାଶଙ୍କ ସ୍ମୃତି ରେ “ଗୁଣନିଧି ମେମୋରିଆଲ ଚାଲେଞ୍ଜ ବ୍ୟାଟମିନଟନ” ପ୍ରତିଯୋଗିତା ଆୟୋଜନ କରାଯାଇଥିଲା |

ଉକ୍ତ ପ୍ରତିଯୋଗିତାକୁ ମୁଖ୍ୟ ଅଥିତି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦେବତା , ଶ୍ରୀଯୁକ୍ତ ରଘୁନାଥ ସେଠ୍ ଓ ପୂର୍ବତନ ବିଧାୟକ ଶ୍ରୀ ରଞ୍ଜନ ମହାନନ୍ଦ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ , ଗତ ଲୋକସଭା ନିର୍ବାଚନରେ ଲଢ଼ିଥିବା ଶ୍ରୀଯୁକ୍ତ ପ୍ରଦୀପ ଦେବତା, ବରିଷ୍ଠ କଂଗ୍ରେସ ସଭ୍ୟ ଶ୍ରୀ ଦୟାସାଗର ମଣ୍ଡଳୀ ଓ ଶ୍ରୀ ସରୋଜ ମହାପାତ୍ର ଯୋଗଦାନ କରିଥିଲେ । ପ୍ରତିଯୋଗିତା ରେ ବଲାଙ୍ଗୀର , ଝାରସୁଗୁଡା , ସମ୍ବଲପୁର, ଅତାବିରା , ପଦ୍ମପୁର , ସୋନପୁର ଓ ପ୍ରାୟ ଷାଠିଏ ଦଳ ଯୋଗଦାନ କରିଥିଲେ ।

ଶେଷରେ ସିନିୟର ଖେଳାଳି ଦଳ ଭାବେ ବଲାଙ୍ଗୀର ଦଳ ଓ ଜୁନିୟର ଦଳ ଭାବେ ଝାରସୁଗୁଡା ବିଜୟୀ ହୋଇଥିଲେ । ଫାଇନାଲ ପ୍ରତିଯୋଗୀ ମାନଙ୍କୁ ପୂର୍ବତନ ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଓ ଲେକ କ୍ରିକେଟ୍ ଦଳ ର ଅଧିନାୟକ ଶ୍ରୀ ଚନ୍ଦନ ରଏ , ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ । କ୍ଲବ ର ବର୍ଷିକୋତ୍ସଵ ପାଇଁ ପରାମର୍ଶ ଦାତା କମିଟି ର ସଭ୍ୟ ଶ୍ରୀ ଶଙ୍କର ପ୍ରସାଦ ଦାଶ ଅଧ୍ୟକ୍ଷତା କରିଥିବା ବେଳେ , ଶ୍ରୀ କରୁଣାକର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।

ଶ୍ରୀ ନିପନ ଦାଶ୍ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ସମ୍ପାଦକ ଶ୍ରୀ ଭଲେନାଥ ଦାଶ୍ ବିବରଣୀ ପାଠ କରିଥିଲେ ଓ ଶେଷରେ ଉପସଭାପତି ଶ୍ରୀ ସତ୍ୟବ୍ରତ ଦାଶ୍ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତା କୁ ଶ୍ରୀ ଜିନ ପତି ଓ ସଚି ପଣ୍ଡା , ସୁବଳ ନାୟକ ,ମଙ୍ଗତୁ ଅଗ୍ରୱାଲ , ଦିନେଶ ଧନୁକା , ଦୀପକ ରେଖାନୀ ,ଅଭିଷେକ ଦାଶ୍, ଶେଷଦେଵ ସିଂ, ଆନନ୍ଦ ନାୟକ , ସପନ ଦାଶ୍ , ସୋମ କୁଣ୍ଡୁ, ଅଭିଷେକ ଶର୍ମା, ସୁଭମ ଦାଶ୍, ଶାନ୍ତନୁ ଦାଶ୍ , ପିକୁନ ନାୟକ , ସ୍ୱାଗତ ଦାଶ୍ ପ୍ରମୁଖ ସଭ୍ୟ ପରିଚାଳନା କରିଥିଲେ । ( ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ  ) 

Exit mobile version