ଓୟୁଡ଼ବ୍ଲୁଜେ କଟକ ଜିଲ୍ଲା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ବନ୍ଧୁମିଳନ

ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର ) କଟକ :- ଓଡିଶା କର୍ମଜିବୀ ସାମ୍ବାଦିକ ସଂଘ ( ଓୟୁଡ଼ବ୍ଲୁଜେ ) କଟକ ଜିଲ୍ଲା ସଂଘର ନୂତନ କର୍ମକର୍ତ୍ତା ଚୟନ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରବିବାର ଦିନ କଟକର ଓଏମପି ଆଇବି ଠାରେ ରାଜ୍ୟ ଉପସଭାପତି ଅମୂଲ୍ୟ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓୟୁଡ଼ବ୍ଲୁଜେ ର ରାଜ୍ୟ ସଭାପତି ବାଦଲ କୁମାର ତା ମୁଖ୍ୟ ଅତିଥି, ରାଜ୍ୟ ସାଧାରଣ ସମ୍ପାଦକ ରାଜିବ ଲୋଚନ ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗଦେଲେ । ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯିବା ସହ,ଜିଲ୍ଲା ସଂଘକୁ ସୁଦୃଢ଼ କରିବା ପାଇଁ ସମସ୍ତ ସଦସ୍ୟଙ୍କର ଉଦ୍ୟମ ରହିବା ଦରକାର ବୋଲି ରାଜ୍ୟ ସଭାପତି ମତବ୍ୟକ୍ତ କରିଥିଲେ ।

ଏହା ସହ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସରକାର ସୁରକ୍ଷା ଯୋଗାଇ ଦେବାପାଇଁ ଦାବି କରାଯାଇଥିଲା । ପରିଶେଷରେ ଜିଲ୍ଲାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଉପସ୍ଥିତ ସଦସ୍ୟ ମାନଙ୍କ ପରାମର୍ଶ କ୍ରମେ କଟକ ଜଲ୍କା ସଭାପତି ଭାବେ ଅମୂଲ୍ୟ କୁମାର ବାରିକ, ସାଧାରଣ ସମ୍ପାଦକ ଭାବେ ନିରଞ୍ଜନ ପଟ୍ଟନାୟକ, ଉପ ସଭାପତି ଭାବେ ସଂଗ୍ରାମ ନାୟକ, ଯୁଗ୍ମ ସଂପାଦକ ଭାବେ ଅନିଲ କୁମାର ଦାସ, କୋଷାଧ୍ୟକ୍ଷ ଭାବେ ଅକ୍ଷୟ ରଞ୍ଜନ ଦାସ, କୋ-ଅଡିନେଟର ଭାବେ ଅକ୍ଷୟ ସ୍ୱାଇଁ ଏବଂ ସରୋଜ କୁମାର ଦାସଙ୍କୁ ମନୋନୀତ କରାଯାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ସୁକାନ୍ତ ବେଉରା, ଶିବ ପ୍ରସାଦ ସାହୁ, ମାନସ କୁମାର ସାହୁ , ସ୍ୱଦେଶ କୁମାର ସିଂହ, ସନ୍ତୋଷ କୁମାର ବେହେରା, କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ପ୍ରଶାନ୍ତ ବାରିକ, ସତ୍ୟ ରଞ୍ଜନ ଦାସମହାପାତ୍ର, ଆଲୋକ ଗଜେନ୍ଦ୍ର, ସୁଦର୍ଶନ ଜେନା,ମାନସ ନାୟକ ,ଜଗନ୍ନାଥ ପ୍ରଧାନ ପ୍ରମୁଖଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)  

Exit mobile version