ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଂଟ ଲାଖପଦର ବିଜୟୀ

ଓଡ଼ିଶା ତାଜା ନ୍ୟୁଜ(୨୪ ଜାନୁଆରୀ ରବିବାର) କଳାହାଣ୍ଡି :- ନର୍ଲା ବ୍ଳକ  ଭୀମକେଲା ଗ୍ରାମ ପଂଚାୟତ ଅଧିନସ୍ଥ ପଲସାପଡା ଗ୍ରାମର ବଡଭଟ୍ଟା ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ଫାଇନାଲ ମ୍ୟାଚ ଲାଖପଦର ଓ ଟାପରାଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲାଖପଦର ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ୪ ଉଇକେଟ ବିନିମୟରେ ୧୨୫ ରନର ବିଜୟ ଲକ୍ଷ ଦେଇଥିଲା । ଦ୍ଵିତୀୟ ଇନିଂସରେ ଟାପରାଙ୍ଗ ଦଳ ବିଜୟ ଲକ୍ଷକୁ ପିଛା କରି ୭୪ ରନରେ ଅଲଆଉଟ ହୋଇ ଯାଇଥିଲା । ଫଳରେ ଲାଖପଦର ଦଳ ବିଜୟ ହାସଲ କରିଥିଲା । ଉକ୍ତ ଖେଳକୁ ସଂଜୀବ ସାହୁ ଓ ଗୋବିନ୍ଦ ମାଝୀ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ଦେଇଥିଲେ ହେମନ୍ତ କୁମାର ସାହୁ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନର୍ଲା ବ୍ଲକ

ବିଜୁ ଯୁବ ଜନତା ଦଳରୁ ହରିଶଙ୍କର ମାଝୀ ଯୋଗ ଦେଇଥିବା ବେଳେ ପଲସାପଡା ଗ୍ରାମର ପୂର୍ବତନ ବରିଷ୍ଠ କ୍ରିକେଟ ଖେଳାଳୀ ବଂଶୀଧର ନାଏକ ,ସୁରେଶ ଶର୍ମା , ଭୀମକେଲା ଗ୍ରାମପଞ୍ଚାୟତର ବିଜେଡି ସଭାପତି ଶରତ ନାଏକ, ଖେଳ ଶିକ୍ଷକ ସମୀର ନାଏକ, ସିଆରସିସି କ୍ଷମାଶୀଲ ସାହୁ ଯୋଗ ଦେଇଥିଲେ । ବିଜୟ ହାସଲ କରିଥିବା ଦଳକୁ ମୁଖ୍ୟ ଅତିଥି ଦଶ ହଜାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ ଓ ପରାଜୟ ଦଳକୁ ଅତିଥି ଟ୍ରଫି ଶହ ଛଅ ହଜାର ଟଙ୍କା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ହେମସାଗର ସାହୁ, ଲମ୍ବୋଦର ସାହୁ, ପ୍ରତୀକ ସାହୁ, ବିକ୍ରମ ମାଝୀ , କାହ୍ନା ସାହୁ, ବିକ୍ରମ ମାଝୀ, ଚନ୍ଦନ ସେଠ, ସରୋଜ ସେଠ, ବୃନ୍ଦା ମାଝୀ ଓ ପଲସାପଡା କ୍ରିକେଟ ଦଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।   ( ରିପୋର୍ଟ ପ୍ରଦୀପ କୁମାର ଗଉଡ,କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version