ଲୋକ ମାନଙ୍କ ବିଭିନ୍ନ ସମସ୍ୟା ବୁଝିଲେ ଦଶପଲ୍ଲା – ବିଧାୟକ ରମେଶ ଚନ୍ଦ୍ର ବେହେରା

ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର ) ନୂଆଗାଁ :- ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ପଞ୍ଚାୟତ ଅଧିନରେ ଥିବା ପୋଖ ରା ସାହି ଲୋକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି ।

ଅସମ୍ପୂର୍ଣ୍ଣ ଶନି ମନ୍ଦିର କିଭଳି ସମ୍ପୂର୍ଣ୍ଣ ହେବ ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନେ ଦଶପଲ୍ଲା ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଖୁବ୍ ଶୀଘ୍ର ଶନି ମନ୍ଦିର ସମ୍ପୂର୍ଣ୍ଣ ହେବା ସହ ବିଭିନ୍ନ ସମସ୍ୟା ଦୂରୀକରଣ କିପରି କରାଯିବ ସେ ଉପରେ  ପ୍ରଚେଷ୍ଟା ଜାରିରହିବ ବୋଲି ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ ।

ଦଶପଲ୍ଲା ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପା ଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ,ଯୁବ ବିଜେଡ଼ି ସଂଗଠକ ସଞ୍ଜୟ କୁମାର ସାହୁ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। (ଦଶପଲ୍ଲା /ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ) 

Exit mobile version