ଦେଢ଼ ସର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ – ଦଶପଲ୍ଲା ବିଧାୟକ

ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର ) ଦଶପଲ୍ଲା : – ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଦେଢ଼ ସର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । କରୋନା କଟକଣା ମଧ୍ୟରେ ଛାତ୍ର ଛାତ୍ରୀ କିପରି ଶିକ୍ଷା ଲାଭ କରୁଛନ୍ତି ଛାତ୍ର ଛାତ୍ରୀ ଙ୍କ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପଚାରି ବୁଝିଥିଲେ।ତତ୍ ସହିତ ଶିକ୍ଷା ,

କରୋନା ମହାମାରୀ ସମ୍ପର୍କିତ ବିଭିନ୍ନ ବାର୍ତ୍ତାଳାପ ଛାତ୍ର ଛାତ୍ରୀ ଙ୍କ ସହିତ କରିଥିଲେ।ବିଦ୍ୟାଳୟର ବିଭିନ୍ନ ସମସ୍ୟା ଏବଂ ଛାତ୍ର ଛାତ୍ରୀ ମାନଙ୍କୁ କରୋନା ନୀତି ନିୟମ ପାଳନ ପୂର୍ବକ କିପରି ଶିକ୍ଷା ପ୍ରଦାନ କରାଯାଉଛି ଏବଂ ବିଦ୍ୟାଳୟ ରେ କିଭଳି ନୀତି ନିୟମ ପାଳନ କରାଯାଉଛି ସେ ସମ୍ପର୍କରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପଚାରି ବୁଝିଥିଲେ ଦଶପଲ୍ଲା ବିଧାୟକ। (ଦଶପଲ୍ଲା/ ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ) 

Exit mobile version