ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସ ଉଦଘାଟିତ

ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର ) ଗଜପତି ,ରାୟଗଡ଼ :-  ଗଜପତି ଜିଲ୍ଲା ରାୟଗଡ ଠାରେ ଆଜି ବହୁ ବର୍ଷ ପ୍ରତିକ୍ଷୀତ ହୋଇ ରହିଥିବା ଶହେ ସଂଖ୍ୟା ବିଶିଷ୍ଟ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସ କଇଠପଦର ଗୃହକୁ ସ୍ଥାନୀୟ ତହସିଲଦାର ମୋହଦୟା ମୁଖ୍ୟ ଅତିଥି ଭାବେ ସୁଶ୍ରୀ ଲୀଲାବତୀ ଆଚାର୍ଯ୍ୟ ଶୁଭ ଉଦଘାଟନ କରିଛନ୍ତି ସଂମାନିତ ଅତିଥି ଏ ବି ଇ ଓ ଧନେଶ୍ୱର କଅଁର ଉପସ୍ଥିତି ଥିଲେ l ଛାତ୍ରୀ ଆବାସ ଖୋଲିବା ଦ୍ଵାରା ଉକ୍ତ ବିଦ୍ୟାଳୟ ରେ ଅଧୟନ କରୁଥିବା ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କ ମନରେ ଖୁସି ଦେଖିବାକୁ ମିଳିଛି ! କାରଣ ଉକ୍ତ ବିଦ୍ୟାଳୟ ଆରମ୍ଭ ଠାରୁ ଆଜି ଯାଏ ଛତ୍ରୀ ମାନେ ନିଜସ୍ୱ ଖର୍ଚ୍ଚ ରେ ବାହାରେ ଘର ଭଡା କରି ରହୁଥିଲେ ତ କିଛି ନିଜ ନିଜ ଗାଁ

ଠାରୁ ଯାତାୟତ କରୁଥିଲେ ବର୍ଷା ଖରା ଶୀତ କାକରାରେ ନାହିଁ ନ ଥିବା ଅସୁବିଧା ସମୁଖୀନ ହେଉଥିଲେ କିନ୍ତୁ ସେ ସବୁର ଅନ୍ତଘଟିଛି ଅଧୟନ କରୁଥିବା ଛାତ୍ରୀ ମାନେ ଛାତ୍ରୀ ଆବାସ ରେ ରହିବେ l ଖବର ନେବରୁ ଜଣା ପଡିଛି ଯେ କେବଳ ଜାତି ଜନଜାତି ଆଦିବାସୀ ଛାତ୍ରୀ ମାନେ ହିଁ ଛାତ୍ରୀ ନିବାସରେ ରହିପାରିବେ କୋଭିଡ -19 କଟକଣା ମଧ୍ୟରେ କେବଳ ଦଶମ ଶ୍ରେଣୀ ଛାତ୍ରୀ ମାନେ ରହିପାରିବେ ପରବର୍ତୀ ସମୟରେ ନବମ ଶ୍ରେଣୀ ଛାତ୍ରୀ ମାନେ ମଧ୍ୟ ରହିପାରିବେ ବିଦ୍ୟାଳୟ ସଭାପତି ରାଧାମୋହନ ନାୟକ, ପ୍ରଭାତ କୁମାର ନାୟକ, ନୀଳକଣ୍ଠ ଶବର , ପ୍ରଧାନ ଶିକ୍ଷକ ଚିନ୍ମୟାନନ୍ଦ ପାତ୍ର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l ( ରିପୋର୍ଟ  – ସଞ୍ଜୀବ କୁମାର ପାଣି )

Exit mobile version