।। ରଘୁ ଦିବାକର ଆସୋସିଏସନ ଠାରେ ନେତାଜୀ ଜୟନ୍ତୀ ପାଳନ ।।

ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର ) ରଣପୁର /ଅଭିମନ୍ୟୁ :- ରଣପୁର ବିଜ୍ଞାପିତ ଅଞ୍ଚଳ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ରଘୁ ଦିବାକର ଆସୋସିଏସନ ତରଫରୁ ନେତାଜୀ ଜୟନ୍ତୀ ତଥା ବୀର ସୁରେନ୍ଦ୍ର ସାଏ ଙ୍କ ର ଜୟନ୍ତୀ ଯଥା ରୀତି ରେ ପାଳିତ ହୋଇ ଯାଇଅଛି । ଏହି ଉକ୍ତ ଜୟନ୍ତୀ ରେ ଦିନ ଅପରାହ୍ନ ୪ ଟା ସମୟ ରେ ରଘୁ ଦିବାକର ଆସୋସିଏସନ ପରିସର ରେ ସ୍ମୃତି ଚାରଣ କାର୍ଯ୍ୟକ୍ରମ କରଯାଇଥିଲା ଏଥିରେ ଆସୋସିଏସନ ର ସଭାପତି ଆଡ଼ଭୋକେଟ ସୁରେଶ ମିଶ୍ର ସଭାପତିତ୍ୱ କରିଥିବା ବେଳେ , ଅଧ୍ୟାପକ ବିଜୟ କୁମାର ଜେନା ,

ଅବସର ପ୍ରାପ୍ତ ଶିକ୍ଷକ ବିରଞ୍ଚି ନାରାୟଣ ତ୍ରିପାଠୀ ଓ ପୂର୍ବତନ ବ୍ଲକ ଅଧକ୍ଷ ଦେବାଶିଷ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ନେତାଜୀ ଙ୍କ ସମ୍ପର୍କ ରେ ଏଵଂ ସୁରେନ୍ଦ୍ର ସାଏ ଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ପ୍ରାରମ୍ଭିକ ଭାବେ ଯୁବ ଆଡ଼ଭୋକେଟ ସୁକାନ୍ତ , ପ୍ରାରମ୍ଭିକ ଭାବେ ଭାଷଣ ରଖିଥିବା ବେଳେ ରାଜ କିଶୋର ପଟ୍ଟନାୟକ , ନୁର୍ସିହଂ ଚରଣ ବର୍ଦ୍ଧନ ସିଂ ସାମନ୍ତ ପ୍ରବୃତ୍ତି ନେତାଜୀ ଙ୍କ ବିଷୟରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ 

 

ଏହି ଅବସରରେ ଆସୋସିଏସନ ର ସଭାପତି ଶ୍ରୀ ମିଶ୍ର ରଣପୁର ଅଞ୍ଚଳ କୁ ବିକଶିତ କରିବା ପାଇଁ ଯୁବକ ମାନେ ନେତାଜୀ ଙ୍କ ପଦାଙ୍କ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ରଘୁ ଦିବାକର ଆସୋସିଏସନ ର ବର୍ତ୍ତମାନ ସ୍ଥିତ କାର୍ଯ୍ୟାଳୟ ର ଉପରେ ଏକ ସାଂସ୍କୃତିକ ଭବନ ନିର୍ମାଣ କରିବା ପାଈଁ ପ୍ରସ୍ତାବ ରଖାଯାଇଥିଲା ଏବଂ ସ୍ଥାନୀୟ ବିଧାୟକ ଏବଂ ମାନ୍ୟବର ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

Exit mobile version