Home ଓଡ଼ିଶା ପିସିସି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର ) ଭୁବନେଶ୍ୱର :- ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଭି.ଏସ୍.ଏସ୍.ନଗର ଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ଏବଂ ରସୁଲଗଡ ଛକସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏବଂ ନେତାଗଣ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଏକ ବାର୍ତାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ସେମାନଙ୍କର ନିଷ୍ଠା ଓ ପରାକାଷ୍ଠା ଦେଖାଇଛନ୍ତି । ଚାଷୀ ଏବଂ ଚାଷର ଉନ୍ନତି ପାଇଁ କଂଗ୍ରେସ ଦଳ ତତ୍ପରତାର ସହ କାର୍ଯ୍ୟ କରି ଆସିଛି । କିନ୍ତୁ ଆଜି କେନ୍ଦ୍ରର ବିଜେପି ସରକାର କଳା କୃଷି ଆଇନ୍ କାର୍ଯ୍ୟକାରୀ କରି ଅନ୍ନଦାତାମାନଙ୍କୁ ଦୁର୍ଦିନ ଭିତରକୁ ଠେଲି ଦେଇଛନ୍ତି । ଏପରିକି ଆନ୍ଦୋଳନରତ ଚାଷୀମାନଙ୍କ ପ୍ରତି କେନ୍ଦ୍ର ସରକାର କାଣିଚାଏ ଦରଦ ପ୍ରକାଶ ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ । ଏ ସଂପର୍କରେ ସମସ୍ତ କଂଗ୍ରେସ କର୍ମୀ ଏହାକୁ ବିରୋଧ କରି ଜନସଚେତନତା ସୃଷ୍ଟି କରିବା ପ୍ରଥମ ଦାୟିତ୍ୱ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, କିଶୋର ଜେନା, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ଦିପକ ମହାପାତ୍ର, ସତ୍ୟବ୍ରତ ନାୟକ, ମାନସ ଆଚାର୍ଯ୍ୟ ଲିଙ୍ଗରାଜ ସାହୁ, ସ୍ୱାଧିନବାଳା ଦାସ, ପ୍ରଣତି ମିଶ୍ର, କୁସୁମ ପ୍ରଧାନ, ପ୍ରକାଶ ମିଶ୍ର, ସୁଶାନ୍ତ ତ୍ରିପାଠୀ, ଜ୍ୟୋତିଷ ସାହୁ, ଏମ୍.ଡି. ଶାହାଦୁଲ୍ଲା, ନରୋତମ ନାୟକ, ସଂଜୟ ମିଶ୍ର, ସଂକୁନା କହଁର, ଶ୍ରିୟାସ୍ମିତା ପଣ୍ଡା, ନିରଞ୍ଜନ ନାୟକ, ସୁବାସ ପ୍ରଧାନ, ଜୟକୃଷ୍ଣ ମଲିଆ, ଜୟକୃଷ୍ଣ ସୁବୁଦ୍ଧି, ସଂଜୀବ ମହାନ୍ତି, ତାପସ ସେଠୀ, ଶୈଳେନ୍ଦୁ ମଜୁମଦାର, ମୁନି ଥାପା, ମନୋରଞ୍ଜନ କୁଣ୍ଡୁ, ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ସୁନାବେଶରେ ଝଟକିଲେ ଚତୁର୍ଦ୍ଧାବିଗ୍ରହ : ମହଣ ମହଣ ସୁନାରେ ସୁନାବେଶ ୧୨ଲକ୍ଷ ଶ୍ରଦ୍ଧାଳୁଙ୍କ ଦର୍ଶନ by Proprietor Abhimanyu Maharana July 26, 2026 ନୀଳାଦ୍ରିବିଜେ ଦିନ କଟକ ସି . ଏମ . ସି. ର ନିଆରା ସେବା ପାପୁଡିଆ ମଠ ନିକଟରେ ବଣ୍ଟା ହେବ ୩୦ହଜାର ରସଗୋଲା by Proprietor Abhimanyu Maharana July 26, 2026 ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ "ଜନନୀ ଡାଏଲଗ୍ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ "ଓଏସିସ ଏକାଡେମୀ’ ଘୋଷଣା by Proprietor Abhimanyu Maharana July 26, 2026 ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ by Proprietor Abhimanyu Maharana July 25, 2026 Navi Mumbai’s Kharghar Temple Hosts Bahuda Yatra by Proprietor Abhimanyu Maharana July 25, 2026 Raipur’s Jagannath Temple Hosts Bahuda Yatra by Proprietor Abhimanyu Maharana July 25, 2026