ଚଣ୍ଡିଖୋଲ ଛକ ପାଲଟିଛି ଦୁର୍ଘଟଣା ସ୍ଥଳ

ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି ,ରବିବାର ) ଚଣ୍ଡିଖୋଲ :- ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ରାଜରାସ୍ତା କୁ ସଂଯୋଗ କରୁଥିବା ଚଣ୍ଡିଖୋଲ ଛକ ଟ୍ରାଫିକ ପାଲଟିଛି ଦୁର୍ଘଟଣା ର ସ୍ଥଳ । ରାଜରାସ୍ତା କୁ ସଂଯୋଗ କରୁଥିବା ଚଣ୍ଡିଖୋଲ ଛକରେ ଗତ କାଲି ପୁଣି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ସଦା ସର୍ବଦା ଟ୍ରାଫିକ୍ ଛକ ଟି ଜନ ଗହଳି ରହୁଥିବା ବେଳେ ରାସ୍ତା ମଧ୍ୟ ଖରାପ ହୋଇ ପଡ଼ିଛି । ଏହି ରାସ୍ତାରେ ସର୍ବାଧିକ

ଯାନବାହନ ଯାତାୟତ କରୁଥିବା ର ଦେଖିବାକୁ ମିଳୁଥିବା ବେଳେ ଚାରି ,ଦୁଇ ଚକିଆ ଯାନ ବାହନ ଚାଳକ ଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଅଛି । ଗତ କାଲି ଏକ ୧୦ ଚକିଆ ଟ୍ରକ୍ ଏକ ଘରୋଇ ସୁଇଫ୍ଟ କାର କୁ ପଛଆଡୁ ଧକା ଦେଇଥିଲା କାହାର କିଛି କ୍ଷତି ହୋଇନଥିଲା ଫଳରେ ରାସ୍ତା ର ଭିଡ଼ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥିଲା । ଟ୍ରାଫିକ ପାସ୍ କଲା ବେଳେ ହଠାତ ଏକ ଟ୍ରକ ସୁଇଫ୍ଟ କାର୍ ପଛ ଆଡୁ ବହୁତ ଜୋରେ ଧୋକା ଦେଇଥିଲା । ଯାହାକୁ ନେଇ ଦୁଇ ଚକିଆ ଯାନ ଙ୍କ ପାଈଁ ଚିନ୍ତା ର କାରଣ ହୋଇ ପଡ଼ିଛି । ( ରିପୋର୍ଟ ବିକାଶ ସାହୁ  )

Exit mobile version