ବରଗଡ଼ ଜିଲ୍ଲା ଅନ୍ତର୍ଗତ ଧାଙ୍ଗେର ଗ୍ରାମ ନୂଆପଡ଼ା ଠାରେ ବୀର ସୁରେନ୍ଦ୍ର ସାଏ କ୍ଳବ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି

 ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର ) ବରଗଡ଼ :-  ବରଗଡ଼ ଜିଲ୍ଲା ଅନ୍ତର୍ଗତ ଧାଙ୍ଗେର ଗ୍ରାମ ନୂଆପଡ଼ା ଠାରେ ବୀର ସୁରେନ୍ଦ୍ର ସାଏ କ୍ଳବ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଶ୍ରୀ ମନବୋଧ ବଞ୍ଛୋର,ଛାତ୍ର ନେତା ଶ୍ରୀ ଅଭିଷେକ ନାୟକ,ଶ୍ରୀ ଗୌରବ ପତି ଏବଂ ଭି.ଏସ.ଏସ କ୍ଲବ ସଭାପତି ଶ୍ରୀ ସୁଦାମ ବାଙ୍କ ଉଦବୋଧନ ଦେଇଥିଲେ ।

ଏହି ସଭାରେ ଛାତ୍ର ଏବଂ ଯୁବ ପୀଢ଼ି କେମିତି ଆଗକୁ ବଢ଼ିବେ ନିଜ ଜନ୍ମମାଟି ର ସମ୍ମାନ ରଖିବେ ତାହା ଆହ୍ବାନ କରାଗଲା ଏବଂ ଆମ ସହିତ ଗୋଟିଏ ଯୁବ ସମାଜସେବୀ ଶ୍ରୀ ଜି. ରମେଶ ଯିଏ କି ସାରାଦେଶରେ କରୋନା ମହାମାରୀ ଚାଲିଥିବା ବେଳେ ଏହି ସମୟରେ ନିଜ ଶରୀର ଓ ଘର କଥା ନ ଭାବି ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ସାହାଯ୍ୟ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version