ହିଞ୍ଜିଳିକାଟୁରେ ଶିଶୁ ସମ୍ପର୍କ ଯାତ୍ରା ରଥକୁ ସମ୍ବର୍ଦ୍ଧନା

ଓଡିଶା ତାଜା ନ୍ୟୁଜ୍  (୨୩ ଜାନୁଆରୀ ,ଶନିବାର )ହିଞ୍ଜିଳିକାଟୁ :- ସାମ୍ପ୍ରତିକ ମହାମାରୀ କରୋନା ସମୟରେ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ର ଶିଶୁ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ରେ ବାଧା ଉପୁଜି ଶୈଶବ ସମୟରେ ଶିଶୁର ଅଧିକାର ଗୁଡିକୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନିକ ଭାବେ ଆଜି ଶୁଭାରମ୍ଭ କରାଯାଇଛି । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ନେଇଥିବା ପଦେକ୍ଷେପ କୁ ଗଞ୍ଜାମ ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଅରୁଣା ମିଳିତ ଉଦ୍ୟମ କ୍ରମେ ଶନିବାର ପୂର୍ବାହ୍ନରେ ସଂପୃକ୍ତ ରଥ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।

ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ ଉପାଧକ୍ଷ ଗୀତାଞ୍ଜଳି ପଣ୍ଡା ଙ୍କ ସମେତ ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ହରିହର ପଢି ଯୋଗଦେଇ କରୋନା ମହାମାରୀ ପ୍ରଭାବ ରେ ଜିଲ୍ଲାର ସ୍କୁଲ ବନ୍ଦ ରହିଥିବାରୁ ବହୁତ ଶିଶୁ ଓ ସେମାନଙ୍କ ପରିବାର ବହୁତ ଆର୍ଥିକ ଅସୁବିଧା ର ସମ୍ମୁଖୀନ ହେବା ସହ ପିଲାମାନଙ୍କୁ ବିପଦ ସଂକୁଳ ରେ ନିୟୋଜିତ କରିବା, ବାଲ୍ୟ ବିବାହ ହେବା, ଅଧାରୁ ପାଠ ପଢା ଛାଡିବା, ଶିଶୁ ଚାଲଣ ନହେବା ସକାଶେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ବ୍ଲକର ମକରଝୋଳ, ସାରୁ, ଶାସନ ଆମ୍ବଗା, ଖରିଡା, ରାଳବ,ଶିକିରି ଗ୍ରାମପଞ୍ଚାୟତରେ ରଥକୁ ଅଙ୍ଗନବାଡି କର୍ମୀ, ଆଶା ଦିଦି, ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଅବିଭାବକ ହୁଲହଳି ଦେଇ ସ୍ୱାଗତ କରିବା ସହ ଏହିଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରକଳ୍ପ ଅଧିକାରୀ ଦେବୀଦତ୍ତ ରଥ, ସମିତି ସଭ୍ୟ ରାଣୀ ପ୍ରଧାନ, ଯୁବନେତା ମନୋଜ କୁମାର ପ୍ରଧାନ, ସରପଞ୍ଚ ରଘୁନାଥ ବେହେରା, ପ୍ରଶାନ୍ତ କୁମାର ସ୍ୱାଇଁ, ସୂର୍ଯ୍ୟସ୍ମିନ ପଣ୍ଡିତ, ସୁନିତା ସାହୁ, ଅରୁଣ ପାତ୍ର, ଅନୀଲ ସ୍ୱାଇଁ, ଭବାନୀ ମହାନ୍ତି, ଦୀପ୍ତି ଓ ବିଷ୍ଣୁ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ସୁଶାନ୍ତ ପ୍ରଧାନ )

Exit mobile version