ଭୁବନେଶ୍ୱର (ଓଡିଶା ତାଜା ନିଉଜ) ଭୁବନେଶ୍ୱର 29.1.2020 – ବିବାହ ହେଉ କି କୌଣସି ଉତ୍ସବ, ସବୁଥିରେ ସୁନ୍ଦର ଦେଖାଯିବା ପାଇଁ ଲୋକମାନଙ୍କ ଚିନ୍ତା ବଢ଼ିଯାଏ । ନୂଆ ଲୁକ୍ ଆକର୍ଷଣୀୟ ଡିଜାଇନ୍ର ପୋଷାକ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ଇଚ୍ଛା ସମସ୍ତଙ୍କର ଥାଏ । ଉଭୟ ପୁଅ ଏବଂ ଝିଅଙ୍କ ଏମିତି ସୌଖିନ ଆଶା ପୂରଣ କରିବା ପାଇଁ ଫ୍ୟାସନ ଡିଜାଇନରମାନେ ପ୍ରସ୍ତୁତ କରନ୍ତି ଭଳିକି ଭଳି ଡ୍ରେସ୍ ଡିଜାଇନ୍ । ଗୋଟିଏ କି ଦୁଇଟି ଡିଜାଇନ୍ ନୁହେଁ ୩ଶହ ପ୍ରକାରର ପୋଷାକ ଭେଟି ଦିଅନ୍ତି ସାଧାରଣ ଲୋକଙ୍କୁ । ଲୋକମାନଙ୍କ ନିକଟରେ ଡିଜାଇନ୍ ପ୍ରଦର୍ଶନ କରିବା ପାଇଁ ପ୍ରିଲ୍ୟୁଡ଼୍, ଆଡ଼ିକସନ୍ ଏବଂ ଫ୍ୟାସନ ମ୍ୟାନେଜମେଣ୍ଟର ମିଳିତ ସହଯୋଗରେ ଭୁବନେଶ୍ୱର ରନ୍ୱେ ସପ୍ତାହ ଏବଂ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ସ୍ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ୬ଜଣ ବଛା ବଛା ଡିଜାଇନର୍ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାର ଡିଜାଇନର ସୋ କରିଥିଲେ । ଯଥା-ବ୍ରାଇଡ଼ାଲ୍ କଲେକସନ୍, ହ୍ୟାଣ୍ଡଲୁମ୍, ରେଡ଼୍ କାରପେଟ୍, ପାର୍ଟି କଲେକସନ୍ ଇତ୍ୟାଦି । ଏଥିସହିତ ଓଡ଼ିଶାର ପରମ୍ପରା, କଳାକାରିଗର ପୋଷାକ ମଧ୍ୟ ଡିଜାଇନରମାନେ ପ୍ରଦର୍ଶନ କରିଥିଲେ । ଭୁବନେଶ୍ୱର ରନ୍ୱେ ସପ୍ତାହର ନିର୍ଦ୍ଦେଶକ ଜୋନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଯୋଗ ଦେଇଥିବା ଡିଜାଇନରମାନଙ୍କ ମଧ୍ୟରେ କିଡ଼୍ ଡିଜାଇନର ପାରୁଲ୍ ଖୈତାନ୍ ଯିଏକି ଛୋଟ ପିଲାଙ୍କ ନିମନ୍ତେ ଆକର୍ଷଣୀୟ ଡିଜାଇନ୍ ସୋ କେସ୍ କରିଥିଲେ । ଫ୍ୟାସନ ଡିଜାଇନରେ ଆଠବର୍ଷ ଅଭିଜ୍ଞତା ଥିବା ଭିଚ୍ଚି ବ୍ରାଣ୍ଡର ସୌମ୍ୟା ସାଲିନି ନିଖୁଣ ରଙ୍ଗ ଓ ଫେବ୍ରିକ୍ସ ଦ୍ରବ୍ୟ ସହିତ ବିବାହ ବ୍ରାଇଡ଼ାଲ୍ ଦାକ୍ଷୀଣାତ୍ୟ ଡିଜାଇନ୍ ସୋ କେସ୍ କରିଥିଲେ । ବିଭାବରୀ ବ୍ରାଣ୍ଡର ଜୋସ୍ନା ଦାସ ଯିଏକି ନିଜ ଡିଜାଇନରେ ହ୍ୟାଣ୍ଡଲୁମ୍ ପଟ୍ଟଚିତ୍ର ଓ ହାତ ଏମରୋଡ଼ୋରୀ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ରନୱେ ସପ୍ତାହର ତୃତୀୟ ସଂସ୍କରଣରେ ସେ କାର୍ବନ ନ୍ୟୁଟ୍ରାଲ ନାମକ ଏକ ବିଳାସପୂର୍ଣ୍ଣ ଫ୍ୟାସନ ଡିଜାଇନ ସୋ କେସ୍ କରିଥିଲେ । ମନିଷା ଋତୁପର୍ଣ୍ଣା – ଦକ୍ଷିଣ ଓଡ଼ିଶାର ଛାପ ସହ ଦାକ୍ଷିଣାତ୍ୟର ପ୍ରସିଦ୍ଧ ଲୋକକଥା ଓ ପ୍ରଥା ରସରକେଲିରୁ ଅନୁପ୍ରାଣିତ ହୋଇ ନିଜର ଋତୁପର୍ଣ୍ଣା ଡିଜାଇନ ବ୍ରାଣ୍ଡରେ ଦକ୍ଷିଣ ଓଡ଼ିଶାର ଛାପ ଛାଡ଼ିଛନ୍ତି । ଡିଜାଇନର ଶିବାଶ୍ରୀ ସବୁ ବର୍ଗର ମହିଳାମାନଙ୍କର ରାଜକୀୟ ଓ ବିଳାସପୂର୍ଣ୍ଣ ଡିଜାଇନ କରିବା ସହ ଲେବେଲ୍ ଶିବାଶ୍ରୀ ନାମକ ବ୍ରାଣ୍ଡ ପ୍ରସ୍ତୁତ କରିଛନ୍ତି । ସେହିପରି ଲେବେଲ୍ ଲୋପାମୁଦ୍ରା ବ୍ରାଣ୍ଡର ଲୋପାମୁଦ୍ରା ମଧ୍ୟ ବିଭିନ୍ନ ପ୍ରକାରର ଡିଜାଇନ ସୋ କେସ୍ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ରୋହିତ ଖଣ୍ଡେରୋୱାଲ ।
ଭୁବନେଶ୍ୱର ରନ୍ୱେ ସପ୍ତାହ ଏବଂ କର୍ପୋରେଟ୍ ଆଇକନ୍ ଆୱାଡ୍ସ ଭୁବନେଶ୍ୱର

Related Content
ବିରିଡିରେ ରଜ ଉଚ୍ଛବ ପାଳିତ
by
Proprietor Abhimanyu Maharana
June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha
by
Proprietor Abhimanyu Maharana
June 13, 2026
समाज के आर्थिक रूप से कमजोर परिवारों को आर्थिक सहायता
by
Proprietor Abhimanyu Maharana
June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା
by
Proprietor Abhimanyu Maharana
June 13, 2026
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି
by
Proprietor Abhimanyu Maharana
June 13, 2026
ଗଜପତିରେ କାଳବୈଶାଖୀର ତାଣ୍ଡବ, ଉଡିଲା ୧୫ ଟି ଘରର ଛପର ଉଡି ଯାଇଛି
by
Proprietor Abhimanyu Maharana
June 13, 2026