ଗଜପତି ଜିଲ୍ଲା ଆର. ଉଦୟଗିରି ଗ୍ରାମରେ ଜଳ ଯୋଗାଣରେ ପାତର ଅନ୍ତର ଅଭିଯୋଗ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି

ଓଡିଶା ତାଜା ନ୍ୟୁଜ୍  (୨୩ ଜାନୁଆରୀ ,ଶନିବାର )ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଅନ୍ତର୍ଗତ ଆର. ଉଦୟଗିରି ବ୍ଲକର ସଦର ମହକୂମା ଆର. ଉଦୟଗିରି ଗ୍ରାମରେ ରହୁଥିବା ଉପରେ ସାହି ବାସିନ୍ଦାଙ୍କୁ ପଞ୍ଚାୟତ ତରଫରୁ ଜଳ ଯୋଗାଣ ପାତର ଅନ୍ତର ନୀତିରେ ଚାଲିଛି । ରା . ଉଦୟଗିରି ଗ୍ରାମକୁ ଦୁଇଭାଗ ରେ ବିଭକ୍ତ କରି ପଞ୍ଚାୟତ ତରଫରୁ ଜଳ ଯୋଗାଣ କରାଯାଇଛି । ତଳପଟ ରହୁଥିବା ଲୋକଙ୍କ ପାଇଁ ଏକ ଲକ୍ଷର ୩ଟି ଟାଙ୍କିରଖି ପାଣିରଖି ତଳପଟ ରହୁଥିବା ଲୋକଙ୍କୁ ଜଳ ଯୋଗାଯାଇଛି । ଗ୍ରାମର ଉପରସାହିରେ ରହୁଥିବା ଲୋକଙ୍କୁ ଜଳ ଯୋଗାଣ ପାଇଁ ମାତ୍ର ୫୦ ଲିଟର ଟାଙ୍କି ନିର୍ମାଣ କରାଯାଇଛି ସେଥିରୁ ସରଳାସାହି, ଖ୍ରୀଷ୍ଟାନସାହି , ଗଉଡସାହି, ବଣିଆସାହି, ପାତ୍ରସାହି, ଚାଞ୍ଚଡାସାହି, ଦିଗବାରଣସାହି ଓ ତେତୁଲି ସାହିର ଉପର ପଟରେ ରହୁଥିବା ଲୋକଙ୍କୁ ଜଳ ଯୋଗାଯାଇଛି । ଯାହା ଫଳରେ ଉପରେ ସାହିର ଉପରେ ରହୁଥିବା ଲୋକଙ୍କୁ ଠିକ୍ ଭାବେ ପାଣି ଆସୁନାହିଁ ।

ତଳପଟ ଲୋକଙ୍କୁ ୧ ଘଣ୍ଟା ପାଣି ଯୋଗାଯାଉଥିବା ବେଳେ ଗ୍ରାମର ଉପର ସାହି ଲୋକଙ୍କୁ ମାତ୍ର ୧୫ ମିନଟ ପାଣି ଛଡାଯାଉଛି । ଗ୍ରାମର ଦୁଇ ପାଖରେ ଲୋକଙ୍କୁ ପ୍ରତିମାସରେ ଜଳକର ଠିକ୍ ଦରଦେବାକୁ ପଡୁଛି । ମାତ୍ର ପଞ୍ଚାୟତ ଉପର ସାହିରେ ରହୁଥିବା ଲୋକଙ୍କୁ ଜଳ ଯୋଗାଇବା ରେ କାହିଁକି ପାତର ଅନ୍ତର ନିତି କରୁଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି । ଏହି ସମସ୍ୟା ବିଷୟ ନେଇ ସ୍ଥାନୀୟ ବିଡିଓ ପ୍ରଦୀପ କୁମାର ନାୟକଙ୍କୁ ବହୁବାର ଲିଖିତ ଓ ମୌଖିକ ଜଣାଇ ଥିଲେ ମଧ୍ୟ ଲୋକଙ୍କ ସମସ୍ୟା ସମାଧାନ ବଦଳରେ ସେ କହନ୍ତି ଏହି ବିଷୟ ନେଇ ପଞ୍ଚାୟତକୁ ଜଣାଅ ବୋଲି କହୁଛନ୍ତି । ଏହାପରେ ପଞ୍ଚାୟତର ନିର୍ବାହୀ ଅଧିକାରୀ ରାସ ବିହାରି ପାତ୍ରାଙ୍କୁ ଜଣାଇଲେ ସେ କହନ୍ତି ମୁଁ କଣ କରିବି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତୀଙ୍କୁ ଜଣାଇବାକୁ କୁହ ।

ଏହାପରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତୀ ଶ୍ରୀ ବେହେରା ବାବୁଙ୍କୁ ଜାଣାଇଲେ ସେ କହନ୍ତି ଯେ ଆମର ପାଣି ଯୋଗାଣର ସମସ୍ୟା ନାହିଁ ଯେଉଁ ସମସ୍ୟା ହେଉଛି ଗ୍ରାମକୁ ପାଣି ଛାଡୁଥିବା ପିଲାମାନେ ଏପରି କରୁଛନ୍ତି ବୋଲି ଯନ୍ତୀ ସଫଇ ଦେଇଥିଲେ । ରାଜ୍ୟ ସରକାର ଗ୍ରାମବାସୀଙ୍କ ଜଳ ସମସ୍ୟା ହେଲେ ଏକ ବସୁଦା ହେଲ୍ପଲାଇନରେ ଜଣାଇବା ପାଇଁ ବିଭିନ୍ନ ଗ୍ରାମରେ ପୋଷ୍ଟରମାରି ଲୋକଙ୍କୁ ସଚେତନା କରାଯାଇଛି । ମାତ୍ର ଗ୍ରାମଅଞ୍ଚଳରେ ଜଳ ସମାସ୍ୟା ନେଇ ଟୋଲଫ୍ରି ନମ୍ବରରେ ଜଣାଇବା ଏକ ମାସପରେ ଗ୍ରାମ ଅଞ୍ଚଳରେ ଜଳ ସମସ୍ୟା ଦୁରହୋଇନି । ପଞ୍ଚାୟତ ତରଫରୁ ଜଳ ଯୋଗାଣ ଉପରପଟ ଲୋକଙ୍କୁ ଦିନେ ଛଡା ଦିନେ ଜଳ ଯୋଗାଣ ହେଉଛି ତାହା ମଧ୍ୟ ଠିକ୍ ରେ ପାଣି ମିଳୁନି । ବସୁଧା ହେଲପ ଲାଇନ କାହା ସ୍ବାର୍ଥରେ ଚାଲିଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ରା,ଉଦୟଗିରି ଗ୍ରାମର ଉପର ପଟ ଲୋକଙ୍କୁ ଜଳ ଯୋଗାଣରେ ପାତର ଅନ୍ତର ନୀତି କାହିଁକି ? ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ପାଣି ସମସ୍ୟାର ସମାଧାନ କରିବା ପାଇଁ ଦାବି ହେଉଛି l (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ ) 

Exit mobile version