
ଓଡିଶା ତାଜା ନ୍ୟୁଜ୍ (୨୩ ଜାନୁଆରୀ ,ଶନିବାର ) କଟକ :- କଟକ ଜିଲ୍ଲା ବାରଙ୍ଗ ବ୍ଲକ ବ୍ରାହ୍ମଣଝରିଲୋ ନିକଟସ୍ଥ କୁଶକଣ୍ଟା ଠାରେ ଥିବା ସନ୍ଥ ବାହୁଡା ଦାସଙ୍କ ସମାଧୀ ପିଠରେ, ପବିତ୍ର ଶାମ୍ବ ଦଶମୀ ମହୋତ୍ସବ , ହୋମଯଞ, ନାମ ସଂକୀର୍ତ୍ତନ ଶନିବାର ଅନୁଷ୍ଠିତ ହୋଇଥିଲା । ଏହି ପୀଠରେ ସନ୍ଥ ବାହୁଡା ଦାସ ଭୋଇ ସମାଜ ପରିଷଦ ଏବଂ ଗୋସ୍ୱାମୀ ବାହୁଡା ସ୍ମୃତି ପରିଷଦ ପକ୍ଷରୁ ପୃଥକ ପୃଥକ ଭାବେ ସନ୍ଥ ବାହୁଡା ଦାସଙ୍କ ପୀଠରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଏହି ପୀଠରେ କଟକ ସଦର ,ବାରଙ୍ଗ, ନିଆଳୀ, କଣ୍ଟାପଡା, ବିରିଡି, ଜଗତସିଂହପୁର ଆଦି ରାଜ୍ୟ ବିଭିନ୍ନ ଜିଲ୍ଲାରରୁ ଭୋଇ ସମାଜର ଶ୍ରଦ୍ଧାଳୁମାନେ ଆସି ସନ୍ଥ ବାହୁଡା ଦାସଙ୍କ ପୀଠରେ ପହଞ୍ଚି ଥିଲେ ।
