୧୨୫ ତମ ଜନ୍ମ  ଓଡିଶା ସାମ୍ବାଦିକ ସଂଗଠନ ପୁରୀ ଜିଲ୍ଲା ଓଜା ଶାଖା ତରଫରୁ : ପୁରୀ vip ରୋଡ଼  ସୁଭାଷବୋଷ ଛକରେ – ନେତାଜୀସୁଭାଷ ଜୟନ୍ତୀ ପାଳନ କରାଯାଇଛି

ଓଡିଶା ତାଜା ନ୍ୟୁଜ୍  (୨୩ ଜାନୁଆରୀ ,ଶନିବାର ) ପୁରୀ  : – ଯାହା କଥାରେ ମେଘାସନରେ ମେଘ ଗର୍ଜୁଥିଲା, ମହାନଦୀରେ ରକ୍ତର ଢେଉ ଉଠୁଥିଲା ସେହି ଅମର ମଣିଷ ବୀରପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ୧୨୫ ତମ ଜନ୍ମ ବାର୍ଷିକ ଅବସରରେ ଓଡିଶା ସାମ୍ବାଦିକ ସଂଗଠନ ପୁରୀ ଜିଲ୍ଲା ଓଜା ଶାଖା ତରଫରୁ ପୁରୀ vip ରୋଡ଼ ନିକଟସ୍ଥ ସୁଭାଷବୋଷ ଛକରେ ନେତାଜୀ ଜୟନ୍ତୀ ପାଳନ କରାଯାଇଛି ।

ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁରୀ ଓଜା ଆବାହକ ତଥା ସଭାପତିଆଇନଜୀବୀ ଲାଲା ଅନନ୍ତ କୁମାର ସିଂହ ପୁଷ୍ପାମାଲ୍ୟ ଅର୍ପଣ କରିବା ସହ ନେତାଜୀଙ୍କ ଜୀବନୀ ସମ୍ପର୍କରେ ସମ୍ୟକ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ,ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ନେତାଜୀ ଆଦର୍ଶ । ତାଙ୍କରି ଆଦର୍ଶକୁ ପାଥେୟ କରି ଯୁବପିଢ଼ି ଆଗେଇ ଚାଲିଲେ ନିଶ୍ଚିତରୂପେ ସେମାନେ ସଫଳତାର ଶୀର୍ଷକୁ ଛୁଇଁ ପାରିବେ ।

ଏହି ସଭାରେ ସକାଳସାଥୀର ସାମ୍ୱାଦିକ ତଥା ଓଜାର ମେମ୍ବର ବିକ୍ରମ ବେହେରା,ଶିବାନୀ ଶଙ୍କର ଦାସ,ରଶ୍ମିତା ଗୁରୁ,ସ୍ୱାଗତିକା ବେହେରା,ଜି ବାପି ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହ ସମାଜସେବୀ ଯଯାତି କେଶରୀ ନାୟକ,ଅଶୋକ କୁମାର ପ୍ରଧାନ(ହୋମ ଗାର୍ଡ ),ହିମାଂଶୁ ଓଝା(ହୋମ ଗାର୍ଡ ),ଦଇତାରୀ ତ୍ରିପାଠୀ, ସ୍ୱର୍ଣ୍ଣପ୍ରଭା ତ୍ରିପାଠୀ,ଓଜା ପରିବାର ପ୍ରମୁଖ ଯୋଗ ଦେଇଥିଲେ । ବନ୍ଦେ ମାତରଂ (ରିପୋର୍ଟ /ଲାଲା ଅନନ୍ତ କୁମାର ସିଂହ )

Exit mobile version