ରାମେୟାପେଟା ଗ୍ରାମର ଏକ ପରିତ୍ୟକ୍ତ ଘରେ ପୋଲିସ ଚଢଉ ୫ ଲକ୍ଷ ଟଙ୍କାର ୯୩ ଜରିବସ୍ତା ଘୁଟୁକା ଜବତ

ଓଡିଶା ତାଜା ନ୍ୟୁଜ୍  (୨୩ ଜାନୁଆରୀ ,ଶନିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ଥାନା ପୋଲିସ ଗତକାଲି ରାତିରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ କେ. ସୀତାପୁର ପଞ୍ଚାୟତ ଅଧୀନସ୍ଥ ରାମେୟାପେଟା ଗ୍ରାମର ଏକ ପରିତ୍ୟକ୍ତ ଘର ଉପରେ ଚଢାଉ କରିବା ସହ ୯୩ ଜରିବସ୍ତା ଗୁଟ୍‌ଖା ଜବତ କରିଛି । ଗୁଟ୍‌ଖାର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱ ହେବ ବୋଲି କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି ।

ଏହି ଘଟଣାରେ ମିନିଗାଁ ନିବାସୀ ସାସୁପଲ୍ଲୀ ଶ୍ରୀଧରଙ୍କୁ ସନ୍ଦେହରେ ଥାନାରେ ଅଟକ ରଖାଯିବା ସହ ପଚରାଉଚୁରା କରାଯାଉଛି ବୋଲି କାଶୀନଗର ଥାନା ଅଧିକାରୀ କହିଛନ୍ତି । ଅଭିଯୁକ୍ତଙ୍କ ନାମରେ କାଶୀନଗର ଥାନାରେ ୧୧/୨୧ ଏକ କେସ୍ ରୁଜୁ କରାଯାଇଛି । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି । ବେଆଇନ୍ ଗୁଟ୍‌ଖା କାରବାର ସହ ସଂପୃକ୍ତ ଅନ୍ୟମାନେ ଖୁବ୍ ଶୀଘ୍ର ଧରା ପଡିଯିବେ ବୋଲି ସୂଚନା ଦେଇଛନ୍ତି ଥାନାଧିକାରୀ । (ଗରୁଡ଼ ଧ୍ୱଜ ଚୌଧୁରୀ ) 

Exit mobile version