ବାତିଲ ହେଲା ବଡ଼ଚଣା ମହୋତ୍ସବ

ଓଡିଶା ତାଜା ନ୍ୟୁଜ୍  (୨୩ ଜାନୁଆରୀ ,ଶନିବାର )ବଡ଼ଚଣା :- ଗତ ୫ ବର୍ଷ ଧରି ବଡ଼ଚଣା ପଂଚାୟତ ମହୋତ୍ସବ ପଡ଼ିଆ ଠାରେ ଶ୍ରୀ ଲଷ୍ମୀ ନାରାୟଣ ପୂଜାଶ୍ଚବ ସହିତ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଇଆସୁଥିବା ବଡ଼ଚଣା ମହୋତ୍ସବ ଗତବର୍ଷ ୨O୨O ରେ କୋଭିଡ19 ର କଟକଣାକୁ ଦୃଷ୍ଟିରେ ରଖି ବାତିଲ କରାଯାଇଛି । ବଡ଼ଚଣା ମହୋତ୍ସବ ଗତ ୫ ବର୍ଷ ଧରି ସାରା ଓଡିଶା ରେ ନାଁ କରି ଆସିଛି । ହେଲେ ଚଳିତ ବର୍ଷ କୋଭିଡ 19 ର କଟକଣା ଓ ରାଜ୍ୟ ସରକାରଙ୍କ ନିୟମକୁ ଦୃଷ୍ଟିରେ ରଖି କମିଟିର ସ୍ଥାୟୀ ସଭାପତି ମନୋରମା ଆଚାର୍ଯ୍ୟ, ସମ୍ପାଦକ ନୀଳକଣ୍ଠ ମିଶ୍ର,

ସମ୍ପାଦକ ପଦ୍ମନାଭ ପଣ୍ଡା, ବରିଷ୍ଠ ଉପଦେଷ୍ଟା ବସନ୍ତ ନାୟକ, ବିନାୟକ ନାୟକ, ଓ ରବୀନ୍ଦ୍ର ପ୍ରଧାନଙ୍କ ସହିତ ବଡ଼ଚଣା ମହୋତ୍ସବର ସମସ୍ତ କର୍ମକର୍ତା ଆଲୋଚନା କରି କୋରୋନା କଟକଣା ସଂମୟରେ ଲୋକଙ୍କ ସୁରକ୍ଷା ଓ ସରକାରଙ୍କ ନିୟମକୁ ଦୃଷ୍ଟିରେ ରଖି ବାତିଲ କରିବା ସହିତ କମିଟି ସ୍ଥାୟୀ ସଭାପତି ଶ୍ରୀମତୀ ମନୋରମା ଆଚାର୍ଯ୍ୟ ସମସ୍ତ କର୍ମକର୍ତା ଓ ସ୍ଥାନୀୟ ବଡ଼ଚଣା ବାସୀଙ୍କୁ ଆଗାମୀ ବର୍ଷ କୋଭିଡ19ର ସୁଧାର ଆସିଥିଲେ ଓ ପୁଣି ଆଗାମୀ ବର୍ଷ ମହୋତ୍ସବ କରିବା ସହ ଲୋକଙ୍କୁ ରାଜ୍ୟ ସରକାରଙ୍କ ନିୟମ ମାନି କୋଭିଡ କଟକଣାର ନିୟମ ମାନିବା ପାଇଁ ନିର୍ଦେଶ ଦେଇଛନ୍ତି । ( ରିପୋର୍ଟର ବିକାଶ ସାହୁ )

Exit mobile version